STORYMIRROR

Shreemanta Nanda

Others

4  

Shreemanta Nanda

Others

ବିଚିତ୍ର ସୃଷ୍ଟି

ବିଚିତ୍ର ସୃଷ୍ଟି

1 min
460


ଏତ ସବୁ ଜଣାଶୁଣା କଥା 

ଏକ ତଥାକଥିତ ଲୋକ ଗାଥା

ଚାଲିଛି ଚଳିବ ଏହି ରୀତି

ପର୍ବ ଆସିଲେ ଘରକୁ ଆସନ୍ତି ଅତିଥି ।


ପ୍ରବଳ ମେଘର ଆଗମନ 

ଶ୍ରାବଣରେ ଇନ୍ଦ୍ର ଦେବତାଙ୍କ ଦର୍ଶନ

ପୁଣି ଗୋଟିକଟିକ ପରେ ଗୋଟିଏ ବଜ୍ରପାତ

ଭୟରେ ମନ ସୁମରେ ଦଧିଚି ପାଦ ।


ଗଭୀର ଜଳ ସମାଗମେ ମନୁ କରେ ସନ୍ଧାନ 

କେ ପାଏ ଜାହାଜ ହୀରା ମୋତି ମାଣିକ ଶାଳଗ୍ରାମ

କହିନି କହିବନି ଏ ଧରା, ଆମ ମା ତ

କିନ୍ତୁ ପିଲାର କରାମତି କଣ ଦଉ ନଥିବ ଘାତ ।


କହନ୍ତି ମୋ ଶରୀର ମାଟିରେ ମିଶିଯିବ

ବଡ଼ ବିଚିତ୍ର ଗଢ଼ିଛନ୍ତି ଏଇ ସୃଷ୍ଟି କେଶବ

ଅପହଞ୍ଚ ସ୍ଥାନକୁ ରାସ୍ତା କଢ଼ିଛି ଯେ ମାନବ

ଜାଣିନି ସେ କିପରି କରିବ ଘର ସାମ୍ନା ରାସ୍ତାକୁ ବାଗ ।


ଦଇତାପତି ଧରନ୍ତି ଜ୍ଞାନର ମାନଦଣ୍ଡ

କଣ ସେ ବୁଝି ପାରନ୍ତି ପ୍ରଭୁଙ୍କ ସବୁ ଢଙ୍ଗ

ନୀଳ ସବୁଜ ଲାଲ୍ ପ୍ରକୃତିର ପ୍ରାଥମିକ ରଙ୍ଗ

କେଉଁଠୁ ଆଣନ୍ତି ସେ ଏ ପ୍ରତିଭା ଓ ନୂଆ ନୂଆ ରଙ୍ଗ।


Rate this content
Log in