ନୋଟ ବନ୍ଦି
ନୋଟ ବନ୍ଦି
ଆମ ଭାରତ ଅଗ୍ରିମ ଦେଶ ,
ଯେଉଁଠି କରେ ନୋଟ ବନ୍ଦି ପ୍ରବେଶ ।
ନଭେମ୍ବର ଆଠ ତାରିଖ ଘଟଣା,
ଏକଥା କାହାକୁ ନଥିଲା ଜଣା ।
ପ୍ରଧାନ ମନ୍ତ୍ରୀ କଲେ ଘୋଷଣା,
ପାଞ୍ଚଶ ହଜାରେ ଟଙ୍କା ଘଟଣା ।
ଆଜି ରାତି ଠାରୁ ଅଚଳ ସବୁ,
ଏକଥା ସମସ୍ତେ ଜାନରେ ବାବୁ ।
କଳାଧନ ସଵୁ ହେବ ବାହାର ,
ନରେନ୍ଦ୍ର ମୋଦିଙ୍କ ଏହି ବିଚାର ।
ଭ୍ରଷ୍ଟାଚାର ପୁଣି ନକଲି ନୋଟ ,
ତେଣୁ କରି ହେଲା ନୋଟ ବନ୍ଦିର ଭେଟ ।
ଆତଙ୍କବାଦୀଙ୍କୁ କାବୁ କରିବା ପାଇଁ ,
ସରକାର ପୁଣି ଉଠିଲେ ଧାଇଁ ।
ବିରୋଧୀ ଶେଷରେ ଉଠିଲେ ମାତି ,
ନୋଟ ବନ୍ଦି ଶୁଣି ଥରିଲା ଛାତି ।
କିଛି ଲୋକ ପୁଣି ସମର୍ଥନ କଲେ,
କିଛି ଲୋକ ପୁଣି ବିରୋଧୀ ହେଲେ ।
କିଏ ଧାଇଁ ଗଲା ମନ୍ଦିରକୁ ଭାଇ ,
କିଏ ପଶିଲା ବଣିଆ ପାଖରେ ଯାଇ ।
ବ୍ୟାଙ୍କ ଏଟି ଏମ୍ ରେ ଲାଇନ ଲମ୍ବା ,
ଦେଖି ତାକୁ ଲୋକେ ହେଲେ ଆଚମ୍ବା ।
ନୋଟ ବନ୍ଦିର ବାବୁ ଏହି ପ୍ରକ୍ରିୟା ,
ହେଉଛି ରେ ଭାଇ ନୂଆ ଉପାୟ ।
ବ୍ୟାଙ୍କରେ ପୁରୁଣା ନୋଟ କର ବଦଳି ,
ଧାଡିରେ ଦିଶିଲେ ଲୋକେ ଭଳିକି ଭଳି ।
ପୁରୁଣା ନୋଟ ଜାଣି ହେଲା ବଦଳି ,
ନୂଆ ନୋଟ ପୁଣି ଚାଲିଲା ଭାଇ ।
ବଡ ଟଙ୍କା ସବୁ ଲୋକେ କଲେ ବାହାର ,
ଶହେ ପଚାଶକୁ କଲେ ଜୁହାର ।
ହଜାରେ ପାଞ୍ଚଶ ଦୁଃଖୀ ହୋଇଲେ ,
ଦାସ କୋଡିଏ ଯେ ନାଚ କରିଲେ ।
ମିଡ଼ିଆ ବନ୍ଧୁ ଯେ ଖେଳ ଖେଳ ଖେଳିଲେ ,
ଅଧେ ସପକ୍ଷେ ତ କିଛି ବିପକ୍ଷେ ରହିଲେ ।
ପ୍ରଧାନ ମନ୍ତ୍ରୀଙ୍କ ଏହି ଘୋଷଣା ,
ବଡ ଲୋକଙ୍କୁ ଯେ କଲାରେ ବଣା ।
ପ୍ରଧାନ ମନ୍ତ୍ରୀ ନୋଟ ବନ୍ଦିରେ ରହିଲେ ଅଟଳ ,
ଏହି ନିଅମକୁ ମାନି ଚାଲିଲେ ସକଳ ।
ଅନଲାଇନ ଡିଜିଟାଲ କେସଲେସ ହେଲା ,
ନକଲି ନୋଟ ଚାପିବା ପୁଣି ବନ୍ଦ ହେଲା ।
ହସ୍ପିଟାଲ ବିଜୁଳି ବିଲ୍ ଦେବାକୁ ପୁଣି ,
ଧାଡ଼ିବାନ୍ଧି ହୋଇ ଲୋକେ ରହିଲେ ଜାଣି ।
ଡ଼ିସେମ୍ବର ପୁଣି ତିରିଶି ତାରିଖ ,
ନୋଟ ବଦଳିର ଏହା ଶେଷ ତାରିଖ ।
ପୁଣି ଆସିଗଲା ହଜାର ଦୁଇ ,
ସାଙ୍ଗରେ ଆଣିଲା ପାଞ୍ଚଶ ଭାଇ ।
ଗୋଲାପୀ ଗୋଲାପି କାଗଜ ସୁନ୍ଦର ,
ପାଞ୍ଚଶ ଆସିଲା ସବୁଜ ରଙ୍ଗର ।
ତାଙ୍କୁ ଦେଖି ଲୋକେ ହୋଇଲେ ଖୁସି ,
ସଭିଏଁ ମିଶି ଏହାକୁ ଗଣିଲେ ବସି ।
ନୋଟ ବନ୍ଦି ଆଉ ଜିଏସଟି ଫୈସଲା ,
ଏପରି ଆଗରୁ କିଛି ହୋଇ ଯେ ନଥିଲା ।
ସରକାରଙ୍କ ସବୁ ଦେଖି ଏପରି କାମ ,
ଲୋକେ କଲେ ଯେ ତାଙ୍କୁ ସଲାମ ।
ସରକାରଙ୍କୁ ସଭିଏଁ ଯଦି ସାହାଯ୍ୟ କରିବ ,
ଦେଶ ଆମର ଆଗକୁ ବିକାଶ କରିବ ।
