STORYMIRROR

Shreemanta Nanda

Others

3  

Shreemanta Nanda

Others

ଜଗନ୍ନାଥ

ଜଗନ୍ନାଥ

1 min
507

ମୁଁ ଜଣେ ଅଜ୍ଞାତ ତୁଚ୍ଛ ମନୁଷ୍ୟ ପାଦ

ଅରମ୍ଭୂଚି ଏକା ଦଣ୍ଡବତ ଜଣାଇ ହେ ଜଗତ ବିଖ୍ୟାତ।


ବଳ କାଳୁ ଶୁଣି ଆସିଛି ମୁହିଁ ତେତିଶ କୋଟି ପ୍ରକାର

ରୂପ ତମର,

ଯେବାରେ ସୁଯୋଗ ମିଳିଛି ସାକ୍ଷାତକାର

ପୁରି ପାରିନି ଏ ଆଖି ତମେ ଯେ ନିରାକାର।


ବାର ମାସେ ତେର ପରବ ଶୁଣିଛି ଜଣେ ନାହିଁ କିଛି ବିଧି

ନାମ ସୁମରିଲେ ପାପ ନାଶ ହୁଏ ଘେନି ଆସେ ଶୁଭ ବୁଦ୍ଧି।


ସ୍ନାନ ଝୁଲଣ ଦୋଳ ଚନ୍ଦନ ଘୋଷ ବାହୁଡ଼ା ଯାତ୍ରା ଯେ ଭିନ୍ନ ତମର,

ଭୋଗ ରାଗ ଢଙ୍ଗ ପିନ୍ଧନୀ ଭଳି କି ଭଳି ରଚନ୍ତି କଳାକାର।


କେ କହେ ନୀଳାଚଳ କେ କହେ ଜଗା ବଳିଆ ହେ ଶ୍ରୀଜୀଉ ମହାବାହୁ ଜଗନ୍ନାଥ ନମଜେ ଅସଂଖ୍ୟ ତମର।


ପ୍ରତି ଅବତରେ ତିନି ହୋଇ ଆଶ ଶିଖାଅ ଯେ ପରିବାର ଦରକାର,

ଏକା ଚାଲିଲେ ତ ବହୁଦୂର ଯିବ ଏକାଠି ଜିଣିବ ସଂସାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍