STORYMIRROR

Banabihari Mishra

Fantasy

3  

Banabihari Mishra

Fantasy

ଜୋତାର ଉକ୍ତି

ଜୋତାର ଉକ୍ତି

1 min
331

ଦିନେ ଶୋଇଥିଲି ଖଟରେ

ଜୋତା ରଖିଥିଲି ଏରୁଣ୍ଡି ସେପଟେ

ଛତାଟା ମୋ ଥିଲା ଭିତରେ।


ଶୁଣିଲି ଛତାଟା କହୁଛି

ତୁଟା ସବୁବେଳେ ପାଦତଳେ ଥାଉ

ମୁଣ୍ଡ ଉପରେ ମୁଁ ରହୁଛି।


ବାହାରୁ ଥାଇକି ଜୋତାଟା

କହିଲା ଛତା ତୁ ବଡେଇ ଦେଖାଉ

ରହ କହୁଛି ତୋ କଥାଟା।


ମୁଁ ରହୁଛି ପାଦତଳରେ

ମଣିଷ ରଖୁଛି ତା ପୁରା ଓଜନ

ମୋହରି ପେଟର ଉପରେ।


ଖରା ବରଷାର କାଳରେ

ମଣିଷକୁ ଲୋଡ଼ା ହୁଏ ସିନା ଛତା

ଘରେ ଥାଉ ବାକି ବେଳରେ।


ସୁରକ୍ଷା ଦିଏ ମୁଁ ପାଦକୁ

ଜୀବଜନ୍ତୁ କଣ୍ଟା ଖୁଞ୍ଚ ଆଘାତରୁ

ବଞ୍ଚାଇ ରଖେ ମଣିଷକୁ।


ହୁଏ ଯଦି କେବେ ଅସନା

ହାତରେ ଧରିକି ସଫା କରାଯାଏ

ମୋତେ କେବେ ଛୋଟ ଭାବନା।


ଗୋଟେ କଥା ରଖ ମନରେ

ତୁ ସବୁବେଳେ ଏକା ରହିଥାଉ

ମୋ ସାଥି ଥାଏ ମୋ ସାଙ୍ଗରେ।


ହଜିଯାଏ ଯେବେ ମୋ ସାଥି

ପାଦେ ହେଲେ ମୁହିଁ ଚାଲି ନ ପାରଇ

ଏମିତି ଆମର ପୀରତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy