ଶିଉଳି
ଶିଉଳି
ନୀଳକଇଁ ଏଵେ ନୀଳବିଷ ପିଇ
ନୀଳିମାରେ ଯାଇଛି ହଜି
କିଏ କହେ ସିଏ ଡାହା ମିଛେଇଟେ
ବରଷା ରେ ଥିବ ଭିଜି
ଅଦିନ ବରଷା ମନର ପିପାସା
ତୃଷିତ ନୟନ ଦୁଇ ତାର
ଗୋଟିଏ ରେ ଅଶ୍ରୁ ଆରଟିରେ ଲୁହ
ଅଷ୍ଟଋତୁ କରେ ହରବର
ବଦଳି ଗଲାଣି ସମୟ ନିର୍ଘଣ୍ଟ
ପ୍ରତିବର୍ଷ ଆସେ ଅଷ୍ଟଋତୁ
ସାତ ପରେ ଅଷ୍ଟଋତୁ ବାଜି ମାରେ
ପରୀକ୍ଷା ଚାଲେ ପରକୁ ପରେ
ପରୀକ୍ଷା ନିରୀକ୍ଷା ଜୀବନଟା ତ ତିତିକ୍ଷା
ବାଟ ଚାଲୁ ଚାଲୁ ଖଣ୍ଡାଧାରେ
ତମେ କେବେ ଆସି ଏଇ ଜନ୍ମେ ମିଶି
ସିନ୍ଥୀ ମୋ ଭରିଛ ନୀଳ ରଙ୍ଗରେ
ସେଇ ନୀଳରଙ୍ଗ ଜବାବ ମାଗୁଛି
ସତ କହ ଥରେ ହେଲେ ବାରେ
ସବୁକଥା ଜାଣି ବହିଲା ଉଜାଣି
ପାଦ ପକାଇଲା କାଇଁ ଶିଉଳିରେ
ଶିଉଳିରେ ପାଦ ଖସିଯାଇନି ଯେ
ନୀଳରଙ୍ଗ ଖାଲି ମତୁଆଲି କରେ ।
