ଭିଜା ସ୍ମୃତି
ଭିଜା ସ୍ମୃତି
ପାହିଗଲା ଉଜାଗରେ
ଆଉ ଗୋଟେ ରାତି
ଚାଲୁଥିଲି ଏକାଏକା
ଭାବନାରେ ତିନ୍ତି ।
ଭିଜାଭିଜା ସ୍ମୃତି ସାଥେ
ଗୋପନ ପୀରତି
ମନେପଡି ଯାଉଥିଲା
ତୁମ କଥା ସାଥୀ ।
ଜହ୍ନ ଆଲୁଅ ଛାଇସଂଗେ
ନୀଳ କଇଁ ପ୍ରେମ
ଚୁପିଚୁପି କହୁଥିଲ
କାନ ପାଶେ ମୋର ।
ଅମା କୋଳେ ଜହ୍ନ ରାତି
ଦେଖି ରୂପା ରଙ୍ଗ
ଆମେ ଦୁହେଁ ହେଉଥିଲେ
ଅତି ଅନ୍ତରଂଗ ।
ପାହାନ୍ତିଆ ତାରା ମାରି
ପଲକ ମିଟିକା
ଭାଙ୍ଗିଲା ସୁନେଲି ଭରା
ସ୍ମୃତି ସ୍ବପ୍ନ ବ୍ୟଥା ।
