STORYMIRROR

Reeta aparajeeta Mohanty

Fantasy

3  

Reeta aparajeeta Mohanty

Fantasy

କବି ହେବା ଅଧା ରହିଗଲା -ରୀତା

କବି ହେବା ଅଧା ରହିଗଲା -ରୀତା

1 min
92

ଲୁହର ରଙ୍ଗରେ କବିତା ଲେଖୁଥିଲି

ଲୁହ ସବୁ ଲୁଚିଗଲେ କେଉଁଠି କେଜାଣି ?

ଲହୁର ରଙ୍ଗ ନେଇ କବିତା ଲେଖିବା ବେଳେ

ଦେଖେ ତା ରଙ୍ଗ ଫିକା ପଡ଼ିଗଲାଣି

ବର୍ଷା ର ରଙ୍ଗ ନେଇ କବିତା ଲେଖିଲି

ତାକୁ ବର୍ଷା ଛିଟା ଭିଜାଇ ଦେଲା

ମୋ କବିତା ଲେଖା ସେଇଠି ଅଧା

ରହିଗଲା।

ମୋ କଲମ ଡାଇରୀ ମତେ

ଶୂନ୍ୟ ଆଖିରେ ଅନେଇ ରହିଲେ

ମୁଁ ଆଉ କବି ହେଇପାରିଲିନି ।



Rate this content
Log in

Similar oriya poem from Fantasy