ଶ୍ରାବଣର ପ୍ରୀତି ସ୍ପର୍ଶ
ଶ୍ରାବଣର ପ୍ରୀତି ସ୍ପର୍ଶ
ବାରମାସରେ ଛଅ ଋତୁର ପରିବର୍ତ୍ତନ ହୁଏ
ଋତୁ ଚକ୍ରର ଆବର୍ତ୍ତନରେ
ଆଷାଢ ପରେ ଶ୍ରାବଣ ଆସେ
ବର୍ଷାଋତୁକୁ ଧରି ସାଙ୍ଗରେ ।
ଶ୍ରାବଣର ପ୍ରୀତି ସ୍ପର୍ଶରେ
ସମସ୍ତଙ୍କ ମନରେଆନନ୍ଦ ଉଲ୍ଲାସ ଭରି ଦିଏ
ଶ୍ରାବଣର ଆଗମନ ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତାପରୁ
ସମସ୍ତଙ୍କୁ ମୁକ୍ତି କରି ଥାଏ ।
ରୌଦ୍ରତାପ କ୍ଲିଷ୍ଟ ଧରଣୀ ବକ୍ଷରେ
ରିମଝିମ ମୂର୍ଚ୍ଛନାଭିତରେ ବର୍ଷାରାଣୀର ହୁଏ ଆଗମନ
ଶ୍ରାବଣର ପ୍ରୀତି ସ୍ପର୍ଶରେ ଆକାଶ
ଅଧିକାଂଶ ସମୟ ରୁହେ ମେଘାଛନ୍ନ।
ଶ୍ରାବଣର ପ୍ରୀତି ସ୍ପର୍ଶରେ ଗଗନରେ ଦେଖାଯାଏ
କଳା ବାଦଲର ଓଢଣୀ ମେଘମାଳାର ଘଡଘଡି
ବିଜୁଳି ଶବ୍ଦରେଭୟଭୂତ ହୁଅନ୍ତି ସକଳ ପ୍ରାଣୀ ।
ଶ୍ରାବଣର ପ୍ରୀତି ସ୍ପର୍ଶରେ ମେଘ ସୂର୍ଯ୍ଯଙ୍କ ଲୁଚକାଳି ଖେଳ
ଖୁବ ନିଆରା ଇନ୍ଦ୍ରଧନୁର ସପ୍ତ ରଙ୍ଗ ଆକାଶକୁ
ବଢାଇ ଥାଏ ଶୋଭାର ଧାରା ।
