ଭାବେ ମଣିଷଟିଏ
ଭାବେ ମଣିଷଟିଏ
ମଣିଷଟିଏ,
ସନ୍ତୁଷ୍ଟ ହୁଏନି ସିଏ,
ତାହା ପାଖରେ ଯାହା ଥାଏ,
ଧନ ଖୋଜେ କିଏ,
ପୁଣି ଯଶ ଖୋଜେ କିଏ,
କିଛି ଭାବନ୍ତି,
ଆଙ୍ଗୁଠି ଫୁଟିଲା ମାତ୍ରେ କେମିତି,
ସବୁ ଧନ ମିଳି ଯିବ,
ସିଧାରେ ଯଦି ନହେବ,
ଖୋଜନ୍ତି ଏକ ଗଳି ବାଟ,
ଏହି ତ ସମାଜର ଏକ ଗତ,
ଆଶା ଅବା ସପନ ଯେବେ,
ମୃତ୍ୟୁ ମୁଖରେ ପଡ଼େ କେବେ,
ନିଦ ସେତେବେଳେ ହିଁ ଭାଙ୍ଗିଯାଏ,
ତେଲ ଆଂଗୁଠିରୁ କହୁଣୀକୁ ବୋହି ଯାଇଥାଏ,
କିଛି ନିରବିଚ୍ଛିନ୍ନ ଭାବରେ,
ହୋଇଥାନ୍ତି ବ୍ରତୀ ସାଧନାରେ |
ଭକ୍ତଟିଏ,
ହୋଇଥାଏ କିଏ,
ଠାକୁରଙ୍କୁ ପୂଜା କରୁଥାଏ,
ରାସ୍ତାଘାଟ କଡ଼ରେ,
ପୂଜା କରିବା ବାହାନାରେ,
ଚାନ୍ଦା ଉଠାନ୍ତି,
ନଦେଲେ କିଏ, ଉତ୍ପାତ କରନ୍ତି,
ଗଜାନନଙ୍କୁ ପୁଜନ୍ତି,
ଗଜମୂର୍ଖ ହୋଇଥାନ୍ତି,
ମଦ ମାଂସରେ ଗମାତ କରନ୍ତି,
ଅନେକ ରାଜନୀତି କରିବେ,
ମାନନୀୟ ମନ୍ତ୍ରୀ ହୋଇଯିବେ,
ପାଠରେ ମନ ଦେଇ ରାତି ଦିନ,
ବଡ଼ ବଡ଼ ଅଫିସର ହୋଇଲେ କଅଣ,
ଫାଇଲ ଚାଷ କରନ୍ତି ଜାଣ,
ମନ୍ତ୍ରୀଙ୍କ ଦସ୍ତଖତ ନ ହେଲେ,
ତାହା ମୂଲ୍ୟହୀନ,
କାରଣ,
କିଏ କହେ ପ୍ରାରବ୍ଧର ଦାନ,
ସୂକ୍ଷ୍ମ ବୁଦ୍ଧିରେ ବଳିୟାନ,
ସର୍ଟକଟରେ ଉଠନ୍ତି ଉଚ୍ଚ ସ୍ଥାନ,
କପି, ଧରାଧରି, ଗଳିପଶି,
ଦିଆନିଆ, ତେଲାତେଲି,
ଶବ୍ଦ ଗୁଡିକ ତାଙ୍କ ଅଭିଧାନ,
ଯୁଗ ଉପଯୋଗୀ ମଣିଷ ନହେଲେ ଜାଣ,
ପଛୁଆ ହୋଇ ରହିଯିବ ମନ |
ତେଣୁ ଭାବେ ମଣିଷଟିଏ,
ସଂସାରରେ ଭାବେ କିଏ ନିଜର,
ପାଠ କି ନିଜର,
ଅବା ଶାଠ କି ନିଜର,
ପୁଣି ଭାବେ ଆଉ କେଉଁ ମଣିଷ ନିଜର,
କିଏ ପ୍ରକୃତରେ ପର,
ଛୁରି ମାରେ କିଏ,
ଛଳନାର ମୁଖା ପିନ୍ଧି ସିଏ,
ଫଳ ହୁଅଇ ଟିକେ ହୋଇଲେ,
ଓଲମ ବିଲମ,
ସହିବାକୁ ହୁଏ ସବୁ କିଛି,
ଫଳ ହୁଏ ବିଷମ,
ଏହା ଭୋଗିବାକୁ ହୁଏ,
ସେ ତ ମଣିଷଟିଏ |
