STORYMIRROR

Sitansu Jena

Romance Classics Fantasy

4  

Sitansu Jena

Romance Classics Fantasy

ଆଷାଢ଼ ଆସିଛି

ଆଷାଢ଼ ଆସିଛି

1 min
393


ଋତୁ କନ୍ୟା ଏହି ଆଷାଢ଼ ଆସିଛି

ସର୍ବରୀ ଓଠରେ ହସ

ଶାଗୁଆ କାନିରେ ଭରିଛି ଅକ୍ଷତ

ମହ ମହ ମାଟି ବାସ

ଆଞ୍ଜୁଳାରେ ଧରି ପୂର୍ଣ୍ଣ ପୁଷ୍ପାଞ୍ଜଳି

ହୋଇଛି ସେ ପରକାଶ

ଋତୁ କନ୍ୟା ଏହି ଆଷାଢ଼ ଆସିଛି

ସର୍ବରୀ ଓଠରେ ହସ......


ମିଶିବାକୁ ଇଛା ମିଳନ ଲଗ୍ନରେ

ଆକାଶରେ ଘନ ମେଘ

ତିନ୍ତାଈ ଦେବାକୁ ମନେ କରି ପଣ

ଗାଏ ପ୍ରଣୟର ରାଗ

ହସେ ଇନ୍ଦ୍ରଧନୁ ମୁରୁକି ହସରେ

ଧରିତ୍ରୀ ର ସହବାସ

ଋତୁ କନ୍ୟା ଏହି ଆଷାଢ଼ ଆସିଛି

ସର୍ବରୀ ଓଠରେ ହସ.......।


ମିଳନର ଏହି ମଧୁ ପାର୍ବଣରେ

ବିଭୋର ହୋଇଛି ପ୍ରାଣ

ପାଦପ ପାରିଛି କୋମଳ ଗାଲିଚା

ମାରିଲା କେ ଫୁଲ ବାଣ

ଶୁଭୁଅଛି ଧୀରେ ଦୁରୁ କି କାହାର

ଡାକୁଛି କେ ଆସ ଆସ

ଋତୁ କନ୍ୟା ଏହି ଆଷାଢ଼ ଆସିଛି

ସର୍ବରୀ ଓଠରେ ହସ.....।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance