STORYMIRROR

Sitansu Jena

Classics Fantasy

4  

Sitansu Jena

Classics Fantasy

ଟ୍ରେନ ଜର୍ଣ୍ଣିରେ ଗୋଟିଏ ଦିନ

ଟ୍ରେନ ଜର୍ଣ୍ଣିରେ ଗୋଟିଏ ଦିନ

1 min
388


ମଧ୍ୟ ପୌଷର ହାଡ଼ଭଙ୍ଗା ଶୀତରେ ସେଦିନ ମୋର

ଅଚାନକ ଗୋଟେ ପରୀକ୍ଷା ର ସମୟ କେଉଁ ଆନ୍ତର୍ଦାହ ର

ଆବେଗରେ ମୁଁ ଭିତତ୍ରସ୍ତ ମୁଁ ନିର୍ଲିପ୍ତ ନିର୍ବିକାର ଅଥଚ

କାହିଁକି ମୁଁ ନିର୍ଣ୍ଣୟ କରିପାରୁ ନ ଥାଏ କଣ କରିବି

ନ କରିବାର ଦ୍ୱନ୍ଦ୍ୱ ଭିତରେ ନିଷ୍ପେସିତ ହୋଇ ବାଧ୍ୟ

ବାଧକତାର ଦୋଗଡି ସାଜି......

ହଠାତ ବଡ଼ ଶନ୍ତର୍ପଣ ମୁଁ ଟିକେଟ ସାରି ନନଏସି ବଗିରେ

ବସିଥାଏ ଦିବ୍ୟ ଭାବନାର ଦୀପ୍ତ ଶିଖାଟି ପରି

ଅଶ୍ମମେୟତାର ଉତ୍ତୁଙ୍ଗ ଶିଖର ଛୁଇଁ ଛୁଇଁ.........

ଚିଲିକାର ଚାରୂଚିତ୍ରପଟ୍ଟ ଦେଖୁ ଦେଖୁ

ମରାଳ ମାଳିନୀ ନୀଳାମ୍ବୁ ରୂପରେ

ମୁଁ କେଉଁ ସଂମୋହିନୀ ଶକ୍ତିରେ ଆବିଷ୍ଠ

ଡ଼ଙ୍ଗା ଉପରେ ନାଉରୀର ଗୀତ ଦୂର ଦେଶ ବନ୍ଧୁ ମୋର.......


ବଣ ପାହାଡ଼ ନଦ ନଦୀ

କେଉଁ ଅପହଞ୍ଚ ଇଲାକାରୁ ସହର ପର୍ଯ୍ୟନ୍ତ.......

ରାତ୍ରୀ ଯେତିକି ଯେତିକି ବଢୁଥାଏ ସେତିକି ସେତିକି

ହୃଦସ୍ପନ୍ଦନ ବଢୁଥାଏ ମୁଁ ନିଜକୁ ପରଖି ପାରୁନଥାଏ

ଯେମିତି କିଛି ଅଜଣା ଆତଙ୍କରେ ମୁଁ ଶିହରି ଉଠୁଥାଏ.......


ନିଜକୁ ବାରଂବାର ସମର୍ପି ଦେଉଥାଏ ଈଶ୍ୱରଙ୍କୁ

ଆବେଦନିକାଟି ହୋଇ.....

ମୋ ଆଖିରେ ଆଖିଏ ନିଦ ମୁଁ ଜାଣିନି କେଉଁ କଦର୍ଯ୍ୟ

ପୁରୁଷର କଦ୍ରୁପ ପଣରେ କାପାଟ୍ୟରେ.....

ମୋ ଅନ୍ତଃସ୍ଥଳେ କାମନାଁ ର ସ୍ପର୍ଶ

କାହାର ଶକ୍ତ ହାତ ଭୀରୁ ଶରୀରର

ଚାପ ଘନ ଘନ ଉତ୍ତପ୍ତ ନିଶ୍ୱାସ ମୁଁ ନିର୍ବାକ ନିଷ୍ପନ୍ଦ.....


ନିଜକୁ ସୁରକ୍ଷା ଦେବାର ସତ ସହସ୍ର ବଳରେ ମୁଁ

ବିରାଙ୍ଗିନୀ ନା ନିଜର ସାମର୍ଥ୍ୟ.......

କାପୁରୁଷର ତଣ୍ଟି କୁ ଚିପିଧରୀ ପାଦତଳେ ଚାପି

ଧରୁ ଧରୁ ସନ୍ଧି ସମୟ ଉପଗତ.........

ଦୂର ମନ୍ଦିରରୁ ଶୁଭୁଥାଏ ଯା ଦେବୀ ସର୍ବ ଭୂତେଷୁ

ଚେତ ନିତ୍ୟ ବିଧିୟତେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics