STORYMIRROR

Pratima Satpathy

Classics

4  

Pratima Satpathy

Classics

ଶ୍ରୀରାମ ଙ୍କ ମାତୃ ଭକ୍ତି

ଶ୍ରୀରାମ ଙ୍କ ମାତୃ ଭକ୍ତି

1 min
16


ରାମାୟଣ ପୃଷ୍ଠା ଓଲଟାଇ ଦେଲେ 

    ଆଦର୍ଶ ଚରିତ୍ର ଯାର 

ତାଙ୍କ ମାତ୍ରୁଭକ୍ତି କଳନା କରିବା

    କ୍ଷମତା ଅଛି କାହାର।

କୌଶଲ୍ୟା ନନ୍ଦନ ଶ୍ରୀ ରଘୁ ନନ୍ଦନ 

    ସୌମ୍ୟ କାନ୍ତି ଦିବ୍ୟ ରୂପ 

ନାମ ସୁମରଣା କରିଦେଲେ ଥରେ 

     ଖଣ୍ଡିଯାଏ ଭବ ତାପ।

ଯୁଗେ ଯୁଗେ ପ୍ରଭୁ ଅବତାର ହୋଇ 

     ପାପୀଙ୍କୁ କରନ୍ତି ନାଶ 

ଅପୁର୍ବ ସୁନ୍ଦର ମାନବୀୟ ଲୀଳା 

     କରି ଥାଆନ୍ତି ପ୍ରକାଶ।

କୌଶଲ୍ୟା ମାତାଯେ ଜନ୍ମ ଦେଇଥିଲେ 

     ବିମାତା ଥିଲେ କୈକେୟୀ 

ପ୍ରଥମେ ଶ୍ରୀରାମ କୈକେୟୀ ମାଆଙ୍କ

     ଚରଣ ଥାଆନ୍ତି ଛୁଇଁ।

ଅଳୀ ଅରଦଳି ସବୁ କରିଥାନ୍ତି 

    କୈକେୟୀ ମାଆଙ୍କ ପାଶେ 

ଦଣ୍ଡେ ନ ଦେଖିଲେ ଯୁଗ ପରି ଲାଗେ 

    ସବୁଆଡ ଖାଲି ଦିଶେ।

ଭରତଙ୍କ ଠାରୁ ରାମଙ୍କୁ ଅଧିକ 

    ଭଲ ପାଆନ୍ତି କୈକେୟୀ 

ଦେବକୁଟ ମାୟା ପାଇଁ ଅପବାଦ 

     ମଥା ପାତି ଗଲେ ସହି।

କୈକେୟୀ ଅତ୍ୟନ୍ତ ବିଦୁଷୀ ବୁଝନ୍ତି 

    ପଶୁ ପକ୍ଷୀଙ୍କର ଭାଷା 

ସେଥିପାଇଁ ରାମଙ୍କୁ ସେ ବନବାସ 

    ପଠାଇଥିଲେ ସହସା।

ବନବାସ ଫେରି କୈକେୟୀ ମାଆଙ୍କ 

     ପ୍ରଥମେ ଚରଣ ଛୁଇଁ 

ସର୍ବଶ୍ରେଷ୍ଠ ମାତୃଭକ୍ତିର ସମ୍ମାନ 

    ଶ୍ରୀରାମ ଅଛନ୍ତି ଦେଇ।

ଆଦର୍ଶ ପୁତ୍ର ଓ ଆଦର୍ଶ ଭାତୃତ୍ବ 

   ସତ୍ୟ ନିଷ୍ଠ ସତ୍ୟରକ୍ଷା 

ପାଇଁ ରାମଚନ୍ଦ୍ର ବନବାସ ଗଲେ 

    ପୁରାଣ ରେ ଅଛି ଲେଖା।

ରାବଣ ସହିତ ଅନେକ ଅସୁର 

     ବିନାଶ କରିଲେ ରାମ 

ଅଖଣ୍ଡ କିରତି ରଖି ଯାଇଛନ୍ତି 

    ଜନ୍ମି କରି ମର୍ତ୍ତ୍ୟଧାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics