STORYMIRROR

Kabiratna Nutan Kumar Behera

Abstract Classics Inspirational

4  

Kabiratna Nutan Kumar Behera

Abstract Classics Inspirational

ହେ ପ୍ରଭୁ ! ଢାଳି ଦିଅ ଆଶିଷ...

ହେ ପ୍ରଭୁ ! ଢାଳି ଦିଅ ଆଶିଷ...

1 min
19


ହେ ପ୍ରଭୁ ! ଢ଼ାଳି ଦିଅ ଆଶିଷ

ଭକତ ଜନ ରଖିଥିଲେ

ତୁମ ଉପରେ ଭରସା ବିଶ୍ଵାସ,

ତୁମେ ଜୀବର ଜୀବନ

ତୁମ କରୁଣା ଯେ ଅଶେଷ 

ଦୁଃଖୀ ରଙ୍କିଙ୍କ ଓଠେ ଦିଅ ହସ।

ତୁମେ ଜଗତେ ବଡ଼ଠାକୁର

ସବୁ ତୁମ ବଡ଼ପଣ

ଖେଳାଅ ସାରା ଦୁନିଆଁରେ 

ତୁମେ ଆନନ୍ଦ ଉଲ୍ଲାସ,

ଧରି ତୁମ ନାମ ଚାଲେ

ଶରୀରରେ ନିଃଶ୍ବାସ ପ୍ରଶ୍ବାସ 

ସଂସାରରେ ମଣିଷ

ଭୋଗ କରେ ଦୀର୍ଘ ଆୟୁଷ।

ହେ ପ୍ରଭୁ ! ଦୂରକର ଦୁଃଖ କ୍ଳେଶ

ବସୁଧାକୁ କର ସୁଧାରେ ସରସ

ତୁମେ ସକଳ ଶକ୍ତିର ଉତ୍ସ,

ବୁଝ ସବୁରି ମନକଥା

କରି ଚାଲିଥାଅ ତାଙ୍କର ବିକାଶ

ତୁମ ଆଜ୍ଞାରେ ଚାଲେ ବିଶ୍ଵ ବ୍ରହ୍ମାଣ୍ଡ

କରନ୍ତି ସମସ୍ତେ ଆତ୍ମପ୍ରକାଶ

ତୁମେ ସବୁ କେନ୍ଦ୍ରର କେନ୍ଦ୍ର

ତୁମ ହାତେ ସବୁ ଶକତି

ଭରି ଦିଅ ତୁମେ ଧୈର୍ଯ୍ୟ ସାହସ।

ହେ ପ୍ରଭୁ ! ଘୁଞ୍ଚାଇ ଦିଅ

ମଣିଷ ମନରୁ ହିଂସା ଦ୍ୱେଷ

ସଭିଏଁ ପାଆନ୍ତୁ ଶାନ୍ତି ସନ୍ତୋଷ,

ହୃଦୟରେ ଅଛି ଯେତେ ସ୍ଵାର୍ଥ

ସବୁର ହେଉ ବିନାଶ,

ଶାନ୍ତ ନମ୍ର ଉଦାର ଭଦ୍ର

ହୁଅନ୍ତୁ ପ୍ରତ୍ୟେକ ମଣିଷ

ତୁମକୁ କରୁଛି ପ୍ରାର୍ଥନା

ମନ ହୃଦୟକୁ କର ପବିତ୍ର

ପ୍ରାଣର ପ୍ରତିଟି ସ୍ପନ୍ଦନ

ପାଉ ଥାଉ ତୁମର ଦିବ୍ୟ ପରଶ।

ହେ ପ୍ରଭୁ ! ଢ଼ାଳି ଦିଅ ଆଶିଷ......


Rate this content
Log in

Similar oriya poem from Abstract