STORYMIRROR

Sarojini Mishra

Classics

4  

Sarojini Mishra

Classics

ରଜସ୍ଵଳା ଉର୍ବୀ

ରଜସ୍ଵଳା ଉର୍ବୀ

1 min
13


ମିଥୁନ ରାଶିର ପ୍ରବେଶ ହୋଇଲା

ଆକାଶେ ଭାସେ ବାଦଲ

ଗ୍ରୀଷ୍ମର ଦହନ ଅପସରି ଯିବ

ଧରଣୀ ହେବ ଶୀତଳ ।


ମାଟି ଆକାଶ ର ଶାଶ୍ଵତ ପ୍ରେମରେ

ଗ୍ରୀଷ୍ମ ବର୍ଷା ସନ୍ଧିକ୍ଷଣ

ଅମୃତ ବରଷା କରିଦିଏ ସିକ୍ତା

ରଜସ୍ବଳା ମାଟି ପ୍ରାଣ ।


ଧରିତ୍ରୀ ଆନନ୍ଦ ସୃଷ୍ଟିର ମୋହରେ

ରଜସ୍ୱଳା ତା ସଂକେତ

ଉପଜା ପାଇଁ କି ସକ୍ଷମ ଯେ ଉର୍ବୀ

ମାଟି ବାସ୍ନା କରେ ପ୍ରୀତ ।


ରଜସ୍ବଳା ଧର୍ମ ପାଳନରେ ଉର୍ବୀ

ଦିଏ ବିଜ୍ଞାନର ମତ

ଏଇ ସମୟଟି ବିଶ୍ରାମ ସମୟ

କୁହେ ଏଇ ପର୍ବ ଗୀତ |


ମିଳନ ଆମୋଦେ ଭବ୍ୟ ପ୍ରେମ ରଙ୍ଗେ

ଧରଣୀ ଚ଼ଳ ଚଞ୍ଚଳ

ତ୍ୟାଗମୟୀ ସିଏ ନିଜକୁ ସଜାଡ଼େ

ଦେବାକୁ ସନ୍ତାନେ ବଳ |


ରାଜସ୍ବଳତାରେ ସୃଷ୍ଟିର ସଂକେତ

ଉର୍ବୀର ମନ ଆପ୍ଳୁତ

ଦେବାର ସନ୍ତୋଷ ଲଭିବା ପାଇଁ ସେ

ହେଉଅଛି ଆତ୍ମଗତ |


ନାରୀ ଜାତି ପାଇଁ ବିରାଟ ସଂକେତ

ଏ ପରବ ଗଣପର୍ବ

ତିନି ଦିନ ଧରି କାର୍ଯ୍ୟ ନିବୃତି ଯେ

ଆନନ୍ଦ ମାତନ୍ତି ସର୍ବ ।


ଆମ ସଂସ୍କୃତିର ନିଆରା ସ୍ରୋତରେ

ରଜ ଅଟଇ ସ୍ୱତନ୍ତ୍ର

ନାରୀ ସର୍ବସ୍ଵତା ପ୍ରେମ ମୁଖୀନତା

ସୃଷ୍ଟି ର ମହା ସଂକେତ |


ରଜ ପରବର ଲଳନା ମିଳନ

ସଜବାଜ ଓ ମଉଜ

ଦୋଳି ଝୁଲୁଥାଇ ମନ ଚ଼ହଲେଇ

କେତେ ପିଠାପଣା ଭୋଜ୍ୟ |


ନବ ବସ୍ତ୍ର ଆଉ ନାଲି ଅଳତାରେ

ପାଦ ଦିଶଇ ସୁନ୍ଦର

ପାନ ଦିଆ ନିଆ ପିଠାପଣା ଖିଆ

ଅପୂର୍ବ ସଂସ୍କୃତି ଝର |


ଉର୍ବୀ ରଜସ୍ବଳା ପ୍ରସ୍ତୁତ ହୁଅଇ

କର୍ଷଣ କଷ୍ଟ ନେବାକୁ

କୃଷକ ଦେଖଇ ସବୁଜ ସପନ

ପୂଜି ହଳ ଲଙ୍ଗଳକୁ l


ଗ୍ରୀଷ୍ମ ବରଷାର ଅପୂର୍ବ ମିଳନ

ମାଟିରୁ ମହକ ଉଠେ

ମୌସୁମୀ ଆସଇ ରଜ ପରବରେ

ଆନନ୍ଦ ର ସୁଅ ଛୁଟେ |


ତିନି ଦିନ ପରେ ରଜସ୍ବଳା ଉର୍ବୀ

ସ୍ନାନ ଶୌଚ ବିଧି ମତେ

ବସୁମତୀ ସ୍ନାନ ଲକ୍ଷ୍ମୀଙ୍କ ପୂଜନ

କି ସୁନ୍ଦର ନୀତି ସତେ।


ଏ ପରବ ଆମ ଜୀବନ ଧାରାରେ

ଅପୂର୍ବ ସ୍ମାରକ ଟିଏ

ରଜସ୍ବଳା ଉର୍ବୀ ଦିଏ ତ୍ୟାଗ ରବି

ମନ ଉତ୍ଫୁଲ୍ଲିତ ହୁଏ ।


ସୃଷ୍ଟି ସଙ୍କେତକୁ ହୃଦୟରେ ଧରି

ଧରିତ୍ରୀ ଯେ ରଜୋବତୀ

ବର୍ଷା ଆବାହନୀ ମନ୍ତ୍ରେ ମୁଖରିତ

ଶୁଭେ ରଜ ପୁଣ୍ୟ ଗୀତି ।।



Rate this content
Log in

Similar oriya poem from Classics