ନୀଳାଚଳେ ବ୍ରହ୍ମଦାରୁ
ନୀଳାଚଳେ ବ୍ରହ୍ମଦାରୁ
ନୀଳାଚଳେ ବ୍ରହ୍ମଦାରୁ ଚତୁର୍ଦ୍ଧା ମୂରତି l
ସୃଷ୍ଟି ସ୍ଥିତି ପ୍ରଳୟ ସେ ଅଗତିର ଗତି ll
କିଏ କହେ ଦାରୁବ୍ରହ୍ମ, କିଏ ବ୍ରହ୍ମଦାରୁ l
ଅତଳ, ଅଚଳ ନିଳାଚଳ ମହାମେରୁ ll
ନୀଳ ସୁନ୍ଦର ଅର୍ଦ୍ରିରେ ବାସ ପ୍ରଭୁଙ୍କର l
ଭୁବନ ମୋହନ ରୂପ ଅତୀବ ସୁନ୍ଦର ll
ଶଙ୍ଖ ଚକ୍ର ଗଦା ପଦ୍ମ ଚତୁର୍ଭୁଜେ ଧରି l
ବଳିୟାରଭୁଜ ପ୍ରଭୋ ବସିଛ ବିସ୍ତାରି ll
ଦରଶନେ କଟିଯାଏ ଜନ୍ମଜନ୍ମ ଦୁଃଖ l
କମଳନୟନ ପ୍ରଭୋ କଳାକର ମୁଖ ll
ମନ ମୋର କ୍ଷେତ୍ରବର କରନ୍ତି ବସତି l
ଶ୍ରୀମୁଖ ଦର୍ଶନ ତାଙ୍କ କରୁଥାନ୍ତି ନିତି ll
ସୁନ୍ଦର ସୁନ୍ଦର ନୀଳାଚଳେ ନୀଳମଣି l
ବଳଦେବ ସୁଦର୍ଶନ ସୁଭଦ୍ରା ଭଉଣୀ ll
ଚତୁର୍ଦ୍ଧା ମୂରତି ସତ୍ୟ ମିଛ ଦୁନିଆଁରେ l
ଶରଣ ପଶିଲି ତାଙ୍କ ଶ୍ରୀପଦ୍ମପୟରେ ll
