STORYMIRROR

MANAS KUMAR KAR

Tragedy Fantasy Inspirational

4  

MANAS KUMAR KAR

Tragedy Fantasy Inspirational

ସମୟ ନାହିଁ

ସମୟ ନାହିଁ

1 min
271

ଜୀବନଟା ଏତେ ବ୍ୟସ୍ତ ହୋଇଗଲାଣି ଯେ

ନିଜ ପାଇଁ ଟିକେ ସମୟ ନାହିଁ ।


ସମସ୍ତଙ୍କ ହୃଦୟରେ ଖୁସିତ ଅଛି

ହେଲେ ଟିକେ ହସିବା ପାଇଁ କାହାପାଖରେ ସମୟ ନାହିଁ ।


ଦିନ ରାତି ଆମେ ଏମିତି ଦୌଡୁଛେ ଯେ

ନିଜ ଜୀବନ ପାଇଁ ଟିକେ ସମୟ ନାହିଁ ।


ପିଲାଦିନେ ମା ଶୁଣାଇ ଥିବା ଗୀତ ଆଜିବି ମନେପଡୁଛି

କିନ୍ତୁ ମା କୁ ମା କହିବାକୁ ସମୟ ନାହିଁ ।


ସବୁ ସମ୍ପର୍କକୁ ଆମେ ହତ୍ୟା କରିସାରିଲୁଣି

କିନ୍ତୁ ତାକୁ କବର ଦେବାକୁ ସମୟ ନାହିଁ ।


ସବୁ ସମ୍ପର୍କ ତ ମୋବାଇଲ ଫୋନରେ ଅଛନ୍ତି

ହେଲା କଥା ପଦେ ହେବାପାଇଁ ଟିକେ ସମୟ ନାହିଁ ।


ଅନ୍ୟ ଲୋକଙ୍କ କଥା କଣ ବା କହିବି

ଯେତେବେଳେ ନିଜଲୋକଙ୍କ ପାଇଁ ସମୟ ନାହିଁ ।


ଆଖିରେ ନିଦ ତ ବହୁତ ଅଛି

ହେଲେ ଶୋଇବା ପାଇଁ ସମୟ ନାହିଁ ।


ହୃଦୟରେ ତ ଦୁଃଖ ଭରିକି ଅଛି

ହେଲେ କାନ୍ଦିବା ପାଇଁ ଟିକେ ସମୟ ନାହିଁ ।


ପଇସା ପଛରେ ଏମିତି ଦୌଡୁଛୁ ଯେ

କ୍ଲାନ୍ତ ଅନୁଭବ କରିବା ପାଇଁ ଟିକେ ସମୟ ନାହିଁ ।


ଅନ୍ୟ ମାନଙ୍କ ବିଷୟରେ କଣ କହିବି

ଯେତେବେଳେ ନିଜ ସ୍ବପ୍ନ ପାଇଁ ସମୟ ନାହିଁ ।


ହୃଦୟରେ ବହୁତ କଥା ଅଛି କହିବା ପାଇଁ

କିନ୍ତୁ କହିବା ପାଇଁ ସମୟ ନାହିଁ ।


Rate this content
Log in

Similar oriya poem from Tragedy