ପ୍ରେମର ପହିଲି ଚିଠି
ପ୍ରେମର ପହିଲି ଚିଠି
ତୁମେ ଥିଲ ମୋର ପ୍ରଥମ ପ୍ରେମିକା
ବାକି ଅଛି ପ୍ରେମ କଥା
ପ୍ରେମର ମାସରେ ମନେ ମନେ ପଡୁଅଛ
ଲେଖୁଛି ମନର ବ୍ୟଥା !!
ସ୍କୁଲରେ ରେ ସେହି ପ୍ରଥମ ଦିନରେ
ପ୍ରଥମ ପୀରତି ଛୁଆଁ
ପ୍ରଥମ ସ୍ପର୍ଶରେ ଶରୀରଟା ମୋର !!
ଲାଗିଲା ସତେ କିମିଆଁ
ତୁମ ସଙ୍ଗେ ଟିକେ ଦୁଇ ପଦ କଥା
ନିରୋଳାରେ ହେବା ପାଇଁ !!
ସେ ସମୟ ଦେଇନ କେବେ ତୁମେ ମୋତେ
ମୋ ମନର କଥାକୁ ପ୍ରକାଶ କରିବା ପାଇଁ
ବହି ଦିଆ ନିଆ ବାହାନା ତ ଥିଲା
କେବଳ ତୁମକୁ ଭେଟିବା ପାଇଁ !!
ଏପ୍ରିଲ ମାସର ସତର ତାରିଖ
ଅଟେ ତୁମ ଜନ୍ମ ଦିନ !!
ଦେଇଥିଲ ତୁମେ ଉପହାର ମୋତେ !
ସମସ୍ତଙ୍କୁ ଲାଗିଥିଲା ଅପମାନ !!
ରାତି ସାରା ବସି ଭାବିଥିଲି ମୁହିଁ!
କାହିଁ ଦେଲ ଉପହାର
ଭଲ ପାଅ ବୋଲି ଏହି ପଦେ କଥା
କାହିଁକି ଯେ ନକହିଲ !!
ମନକୁ ମୋହର ମନ ପଚାରିଲା
କେଡେ ମୂର୍ଖ ଅଟୁ ତୁହି
ଝିଅ ମାନେ କେବେ ମନର କଥାକୁ
ଆଗୁଆ ପ୍ରକାଶ କରନ୍ତି ନାହିଁ !!
କାଢ଼ିଲି ପେପର ଧରିଲି କଲମ
ଲେଖିଲି ପ୍ରେମର ଚିଠି
ହେଲେ ରାତି ପାଇଗଲା ଖାତା ସରିଗଲା
ଲେଖା ସରିଲାନି ପ୍ରେମ ଚିଠି !!

