MANAS KUMAR KAR

Classics Inspirational Children

4.5  

MANAS KUMAR KAR

Classics Inspirational Children

ଦୀପାଳି

ଦୀପାଳି

1 min
385


କୁନି କୁନି ପାଦ ମୋର ମିଠା ମିଠା କଥା !

           ମୁଁ କାନ୍ଦିଲେ ସମସ୍ତଙ୍କୁ ଲାଗିଯାଏ ବ୍ୟଥା !!

କେତେ ଅଳି ଅଝଟ ମୁଁ କରିଥାଏ ନୀତି !

           ତଥାପି ସଭିଏଁ ମୋତେ ଦେଇଥାନ୍ତି ଖୁସି !!

ବାବା ମାମା ଙ୍କର ମୁହିଁ ନୟନ ପିତୁଳା !

          ଜେଜେ ବାପା ମା ଙ୍କର ଏକୋଇର ବୋଳା !!

ସାଇ ପଡିଶାରେ ମୁହିଁ ସମସ୍ତଙ୍କ ପ୍ରିୟ !

          ଦିନେ ନଦେଖିଲେ ମୋତେ ହୁଅନ୍ତି ଅଥୟ !!

ଦୀପାବଳି ଦିନ ଜନ୍ମ ହୋଇଥିଲି ମୁହିଁ !

          ସେଥିପାଇଁ ଦୀପାଳି ମୋ ନାମ ଯେ ଅଟଇ !!

 କୁନି କୁନି ପ୍ରଜାପତି ସଙ୍ଗେ ମୁହିଁ ଖେଳେ !

         ବଗିଚାରେ ଫୁଲ ସବୁ ତୋଳିକି ଫୋପଡେ !!

 ମୋତେ ଯେବେ ଜ୍ୱର ଥଣ୍ଡା କାଶ ହୋଇଯାଏ !

          ଘରେ ଓ ବାହାରେ ସଭିଙ୍କ ମନ ଶୁଖିଯାଏ !!

 କିଏ ମୋତେ ଡାକେ ଦୀପା କିଏସେ ଦୀପାଳି!

           ଆଉ କିଏ ତୁନୁ ଡାକେ ଟାଟୁନୁ ଯେ ମୁହିଁ !!

 ନୂଆ ନୂଆ, ଖଡ଼ି ଧରି ପଢୁଅଛି ପାଠ !

             ଅ ଆ ହ୍ରଷେଇ କୁ ଭାଙ୍ଗେ ମୁଁ ସିଲଟ !!

 ଆମ ଘରେ ମୁହିଁ ଲକ୍ଷ୍ମୀ ପ୍ରତିମା ଅଟଇ !

           ମାମା ନାମେ ମିଛ କଥା ବାବାଙ୍କୁ କୁହଇ !!

 ଘରେ ସବୁ ଭଙ୍ଗା ଭଙ୍ଗୀ ମୁହିଁ ଯେ କରଇ !

             ତଥାପି ସଭିଙ୍କର ମୁହିଁ ଆଦର ଅଟଇ !!

               


Rate this content
Log in

Similar oriya poem from Classics