STORYMIRROR

MANAS KUMAR KAR

Fantasy Inspirational Others

3  

MANAS KUMAR KAR

Fantasy Inspirational Others

ଦୋଳ ପୁର୍ଣିମା

ଦୋଳ ପୁର୍ଣିମା

1 min
238

କେତେ ଯେ ପରବ କେତେ ପୂଜା ବିଧି

     ଅଛି ଆମ କାଳିଆ ର,

ଏହିପରି ପୂଜା ପାଆନ୍ତିନି କିଏ

     ବାକି ଯେତେକ ଠାକୁର।

ତାଙ୍କ ସହ ମିଶି ଆମେ ପାଳିଥାଉ

     ବାରମାସେ ତେରପର୍ବ, 

ଓଡିଶା ମାଟିର ସନ୍ତାନ ବୋଲିକି

     କରିଥାଉ ଆମେ ଗର୍ବ। 

ଫଗୁ ଦଶମୀ ରୁ ଫଗୁ ର ମହକ

    ବ୍ୟାପିଯାଏ ଚାରିଆଡେ,

ଶୀତ ଆସିଗଲେ ବସନ୍ତ ଆଉ କି

     ଲୁଚିକରି ରହିପାରେ?

ଦୋଳ ପୂର୍ଣ୍ଣମୀରେ ବିମାନରେ ବସି

     ରାଧାକୃଷ୍ଣ ଝୁଲିଥାନ୍ତି,

ଗାଆଁ ଦାଣ୍ଡ ବୁଲି ଚାଚେରା ଭୋଗ କୁ

    ସମସ୍ତ ଘରୁ ପାଆନ୍ତି।

ଏହି ପୂର୍ଣ୍ଣମୀରେ ଅଗ୍ନି ଜଳାଯାଇ

     "ହୋଲିକା" ଦହନ ହୁଏ,

ହିରଣ୍ୟକଶ୍ୟପ ପ୍ରହଲ୍ଲାଦ କଥା

     ସଭିଙ୍କୁ ମନେ ପକାଏ।

ପୂର୍ଣ୍ଣମୀ ପଛକୁ ପଞ୍ଚମୀ,ସପ୍ତମୀ

    କେଉଁଠାରେ ଦଶଦୋଳ,

 ଗାଆଁରୁ ଗାଆଁରୁ ପଡିଆରେ ଆସି

    ବିମାନ ହୁଅନ୍ତି ମେଳ।

ସବୁ ପର୍ବ ମଧ୍ଯେ ହୋଲି ପର୍ବ ସ୍ବାଦ

     ଅଟଇ ସେତ ନିଆରା,

ଜାତି ଧର୍ମ ଭୁଲି ପାଳନ୍ତି ସଭିଏଁ

     ଦରଶାଇ ଭାଇଚାରା,

ରାଗ ରୂଷା ଭୁଲି କରିଥାନ୍ତି ସର୍ବେ

    ପ୍ରେମ ଭରା ଆଲିଙ୍ଗନ, 

ସୁଚାଉଛି ଏହା ଦ୍ବାପର ଯୁଗର

    ରାଧାକୃଷ୍ଣ ଙ୍କର ପ୍ରେମ।

ଏହି ପରବର l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy