STORYMIRROR

MANAS KUMAR KAR

Romance Fantasy

3  

MANAS KUMAR KAR

Romance Fantasy

ଅତୀତ ର ଯୌବନ

ଅତୀତ ର ଯୌବନ

1 min
247

ସୌରଭ ଭରା ମୋ ବୟସ ଗଛେ ।

କେତେଯେ କାକଳି ହେଉଥିଲେ ମେଳି ॥

ମଳୟ ପରସ ପାଇଁ ।

ସେଦିନ ତ ଆଜି ନାହିଁ ॥

ଋତୁ ପରେ ଋତୁ ଗଡି ଚାଲିଗଲା ।

ଗିରିଶମ ଉପଗତେ ॥

ଝରିତ ଯାଇଛି ମୋ ପଲ୍ଲବ ରାଜି ।

ନ ଲୋଡ଼ନ୍ତି କେହି ମୋତେ ॥

ଥୁଣ୍ଟା ଗଛ ମୁଁ ଯେ ଗଳିଦିଏ ଆଜି ।

ସେହି ଅତୀତକୁ ଚାହିଁ ॥

ରୂପ ଯୌବନ ଶାଖା ସବୁ ମୋର ।

କିଆଁସେ ନେଲା ଚୋରାଇ ॥

ଦିନ ପରେ ରାତି, ରାତି ପରେ ଦିନ ।

ସବୁ ଯାଏ ଆସେ ଫେରି ॥

ମୋ ବୟସ ଗଛେ କଅଁଳିଆ ପତ୍ର ।

ଆସେ ନାହିଁ ସେହିପରି ॥

ଡେଣା ଝାଡ଼ି ପକ୍ଷୀ ଉଡି ବୁଲୁଥାନ୍ତି ।

ନ ଆସନ୍ତି ପାଶେ କେହି ॥

ଅତିତଟା ମୋତେ ଟାହୁଲି କରୁଛି ।

ଦିଗବଳୟ କୋଳେ ରହି ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance