ଅତୀତ ର ଯୌବନ
ଅତୀତ ର ଯୌବନ
ସୌରଭ ଭରା ମୋ ବୟସ ଗଛେ ।
କେତେଯେ କାକଳି ହେଉଥିଲେ ମେଳି ॥
ମଳୟ ପରସ ପାଇଁ ।
ସେଦିନ ତ ଆଜି ନାହିଁ ॥
ଋତୁ ପରେ ଋତୁ ଗଡି ଚାଲିଗଲା ।
ଗିରିଶମ ଉପଗତେ ॥
ଝରିତ ଯାଇଛି ମୋ ପଲ୍ଲବ ରାଜି ।
ନ ଲୋଡ଼ନ୍ତି କେହି ମୋତେ ॥
ଥୁଣ୍ଟା ଗଛ ମୁଁ ଯେ ଗଳିଦିଏ ଆଜି ।
ସେହି ଅତୀତକୁ ଚାହିଁ ॥
ରୂପ ଯୌବନ ଶାଖା ସବୁ ମୋର ।
କିଆଁସେ ନେଲା ଚୋରାଇ ॥
ଦିନ ପରେ ରାତି, ରାତି ପରେ ଦିନ ।
ସବୁ ଯାଏ ଆସେ ଫେରି ॥
ମୋ ବୟସ ଗଛେ କଅଁଳିଆ ପତ୍ର ।
ଆସେ ନାହିଁ ସେହିପରି ॥
ଡେଣା ଝାଡ଼ି ପକ୍ଷୀ ଉଡି ବୁଲୁଥାନ୍ତି ।
ନ ଆସନ୍ତି ପାଶେ କେହି ॥
ଅତିତଟା ମୋତେ ଟାହୁଲି କରୁଛି ।
ଦିଗବଳୟ କୋଳେ ରହି ॥

