STORYMIRROR

MANAS KUMAR KAR

Romance Inspirational

3  

MANAS KUMAR KAR

Romance Inspirational

ନୀରବତା

ନୀରବତା

1 min
212


ନୀରବତାର ଆଢୁଆଳେ ରହି,

ଯନ୍ତ୍ରଣାକୁ ବି ଜର କରେ

ବିଛଣାର ଆସ୍ତରଣେ ଥାଇ...

ଆଘାତଟା ଆକ୍ତାମାକ୍ତା କରେ,

ଜକଜକ ଦିଶୁଥିବା ଜଉମୁଦା ଲଫାପାର

ଜଟିଳ ସେ ଜଉଘରେ ଶୋଇ...॥


ସଜ ଏଇ କ୍ଷତଟାବି ସଞ୍ଜ ନଇଁ ଗଲେ,

ମୋ ଦେହର ଶୀରା ପ୍ରଶିରାରେ

ମାରୁଥାଇ ହାଇ.....

ଅନ୍ଧାରର ଅନ୍ତରାଳେ ଦଂଶୁଥାଏ ବାରମ୍ବାର

ମୋ ବାରଣ ସେ ଜମା ମାନେ ନାହିଁ...॥


ତାକୁ ମୁଁ ପରଖୁଥାଏ,

ପରିଷ୍କୃତ ଆବେଗର ଅଙ୍ଗରାଗେ ଧ୍ୟାୟୀ...

ସଂସାରର ଜଞ୍ଜିର ଭିତରେ

ଜଞ୍ଜାଳକୁ ଶହେବାର ଜଳାଞ୍ଜଳି ଦେଇ...॥


କିନ୍ତୁ ପ୍ରିୟତମ ବାହାନାର ବୈଶାଖିରେ

ଝଡ ଉଠେ,ନୀଡ ଭାଙ୍ଗେ ଖଣ୍ତ ଖଣ୍ତ ହୋଇ...

ବ୍ୟଥାରେ ବୋଧ ଦରଦ

ତତଲା ବାଲିରେ ବହେ ବିରହର ନଈ...॥


ଚାହୁଁ ଚାହୁଁ ସଞ୍ଜ ହୁଏ ସଙ୍ଗରୋଧ

ଥକେ ମୋ ବୋଲଣା ପାଦ,

ମନ ହୁଏ ଶ୍ବାସରୁଦ୍ଧ,

ସଖା ଯେବେ ବିଦ୍ଧକର

ଅତର୍କିତ ଶଦ୍ଦପୁଞ୍ଜ,

ବାରମ୍ବାର ଦେହ ମୋର ଫାଶୀରେ ଝୁଲଇ...॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance