STORYMIRROR

MANAS KUMAR KAR

Romance Classics Fantasy

3  

MANAS KUMAR KAR

Romance Classics Fantasy

ମୋ କବିତା

ମୋ କବିତା

1 min
141

ପବିତ୍ର ଉତ୍କଳେ ବିଜେ ନୀଳାଞ୍ଚଳେ 

             ମା ବିମଳା ଜଗନ୍ନାଥ !

ମା ସର୍ବ ମଙ୍ଗଳା ବିପଦକୁ ଭେଳା 

             ପୁର୍ଣ କର ମନୋରଥ !


ଦୋଳ ହୋଲି ପରେ ମାତ ତୋ ଆଶ୍ରାରେ 

              ଅଗ୍ୟାନ ସାଇର ବ୍ରତ !

ବିବିଧ ବାଜଣା ମଙ୍ଗଳ ମାଜଣା 

              ଜଣାଏ ମଙ୍ଗଳ କୃତ !


ବାମା ମାନେ ମେଳି ଦେଇ ହୁଳହୁଳି 

               କୁମ୍ଭକର୍ଣର ସହିତ  !

ଗନ୍ଧ ପୁଷ୍ପ ଧୂପ ନଈବିଦ୍ୟ ଦୀପ 

                ମାଚରଣେ ପ୍ରଣିପାତ  ।


ଆସିଲେଣି କେତେ ନାନୀ ମାନେ ତୋର 

                ଗ୍ରାମ ପାଟଣାରୁ ଧାଇଁ ।

ବେଦିରେ ବସିବୁ ବ୍ରହ୍ମଚାରି ବେଶେ 

                 ଦେଖୁଥିବେ ସର୍ବେ ରହି ।


ଧନରେ ଚଉପାଶେ ବେଢ଼ି ଅଛନ୍ତି ତୋର 

                 କାକି, ନାନୀ, ଦେଠେଇ ମାନେ 

ତୁମେ ବ୍ରତ ହେବ ଧନରେ 

              ବୋଉ, ଅଜା, ଆଇ ହୁଅନ୍ତି ଖୁସି ।


କେତେ ଝଡ଼ ଝଞ୍ଜା ଯାଇଛି ବହିରେ 

              ତୁମପାଇଁ କିରେ ମୋର  

ମୋର ମନକଥା କିଏସେ ଜାଣିବ 

               ଜାଣନ୍ତି ପରମେଶ୍ୱର ।


ଆକାଶରେ ଯେତେ ନକ୍ଷେତ୍ର ପଡିଲେ 

               ଚନ୍ଦ୍ରମା ବିନା ଅନ୍ଧାର 

ଯେତେ ବନ୍ଧୁ ଗଣ ଆଶିତ ଗଲେଣି 

               ଦିସୁତ ନାହିଁ ସୁନ୍ଦର ।


ଏତିକି ବେଳରେ ଜେଜେବାପା ଥିଲେ 

                ପାଦ ନଲାଙ୍ଗତା ତଳେ 

କିଏ ଆସିଛିକି କିଏ ନଆସିଛି 

                ବୁଝୁଥାନ୍ତେ ଦାଣ୍ଡ ଦ୍ୱାରେ ।


ସେଥିପାଇଁ ଧନ ନକର କେବେ 

                ମନେ ସୋଚନା 

ଗଲା କଥା କେବେ ଫେରେନି 

                ଛାଡ଼ ବୃଥା ଭାବନା ।


କେତେ ଝଡ଼ ପୁଣି ଆସିବ, ଧନରେ 

                ମଥା ଟେକୀଚାଲୁଥିବୁ ।

ବାବା, କାକା, ମାମା, କାକିଙ୍କ 

                 ମନକଥା ବୁଝୁ ଥିବୁ  !


ଗ୍ରାମ ଦେବତୀଙ୍କ ଚରଣେ ମୋର ଏହି ବିନତି 

      ମୋ ସାଇକୁ ଘଣ୍ଟ ଘୋଡାଇ ରଖିଥାଅ ଏମିତି 

ବାବା ନୀଳକଣ୍ଠେଶ୍ଵରଙ୍କ ପାଖରେ 

               ମୋର ଏହି ପ୍ରାଥନା 

ମୋ ସାଇକୁ ସଦବୁଦ୍ଧି ଦିଅନ୍ତୁ 

               ମୋର ଏହି କାମନା 

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶିଷ ଲଭିଥାଉ ସର୍ବଦା 

       ବ୍ରାହ୍ମଣର ସବୁ କର୍ମକୁ ମନେ ରଖିବୁ ସଦା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance