STORYMIRROR

Sabita Nayak

Romance

3  

Sabita Nayak

Romance

ଯୁଗେ ଯୁଗେ ରାଧା ହେବି

ଯୁଗେ ଯୁଗେ ରାଧା ହେବି

1 min
211

ଋକ୍ମିଣୀ ଜମା ମୁଁ ସାଜିବିନି କାହ୍ନା

ଯୁଗେ ଯୁଗେ ରାଧା ହେବି 

ମୋ ପାଖେ ଥାଇ ତୁ କା' ନାମ ଧରିଲେ 

କୁହ କି ସହିପାରିବି। 


ଅଷ୍ଟଐଶ୍ୱର୍ଯ୍ୟ ଲୋଡା ନାହିଁ ମୋହର 

ହୃଦୟରେ ସଦା ଥିବି

ବିରହ ବେଦନା ସହିଯିବି ସିନା 

ତୋତେ ଖାଲି ଜପୁଥିବି। 


ଗୋପରୁ ମଥୁରା ଯାଅ ହେ ଦ୍ୱାରକା

ହୃଦୟ ତ ମୋର ପାଶେ 

ଅଷ୍ଟ ପାଟବଂଶୀ ଥାଇ ବି କାହ୍ନାର

ମୋ ପ୍ରେମରେ ମନ ହଜେ। 


ମୋ ମନ ହୃଦୟ ଗୋବିନ୍ଦ ଝୁରୁଛି

ନାହିଁ ସଂସାରର ମୋହ 

ସମସ୍ତଙ୍କ ପ୍ରେମ କାଳିଆ ପାଇଁ ହେ 

ମୋତେ କାହ୍ନା ଝୁରି ହୁଅ। 


ପ୍ରେମ ପାଇଁ ଖାଲି ହୃଦୟଟେ ଲୋଡା

ମାଗୁନି କିଛି ମୁଁ ଆଜି 

ମୋ ଭଲପାଇବା ନିଷ୍କଳଙ୍କ ଯଦି

ହୃଦୟଟା ମାଗୁଅଛି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance