ପ୍ରିୟା
ପ୍ରିୟା
ମୋ ପ୍ରିୟା ନୟନ ର ଚାହାଣୀ
ସତେକି ସୁନା ହରିଣୀ
କହୁଛି ଅନେକ କଥା
ଯେତେ ଚାହିଁଲେ ବି
ବୁଝି ହେଉ ନାହିଁ
ଅକୁହା ପରି ଭାଷା l
ହଜି ଯାଉଛି ମୁଁ
ତା' ରୂପ ଶୋଭା ରେ
ବୁଡି ଯାଉଛି ତା' ପ୍ରେମ ବାରିଧି ରେ,
ମନେ ଭରେ ମାଦକତା
ଅଥଳ ସାଗରେ ଟଳମଳ ପ୍ରାୟ
ଯୌବନ ର ନୌକା l
ନୀତି ସଞ୍ଜ ବେଳେ, ମନ ଆନମନା
ପାଦ ଟାଣି ହୁଏ ଗାଁ ମୁଣ୍ଡ କୁ
ରୁଣୁ ଝୁଣୁ ଚୁଡ଼ି, ପାଉଁଜି ଶବଦ
ଘେନି ଯାଏ ପ୍ରିୟା ପାଖକୁ l
କିଛି ନ କହି,
ସବୁ କହି ଦିଏ
ମୁରୁକି ହସରେ ପ୍ରିୟା,
ପ୍ରିୟା ବିନା ଲାଗେ
ସବୁ ଫିକା ଫିକା
ଦୁନିଆ ଅସାର ପରା l

