ମମତା
ମମତା
ବାତ୍ସଲ୍ୟ କାଳରୁ କୋଳେଇ କାଖେଇ
ମଣିଷ କରଇ ଯିଏ
ଦୁଃଖ ବିପଦରେ ଅଦ୍ରୀ ସମ
ଶକତି ଭରି ଦିଏ l
ତା ପଣତେ କଟେ କେତେ ରାଗ ରୁଷା
କେତେ ମାନ ଅଭିମାନ
ସ୍ନେହ କରୁଣାର ଜୀବନ୍ତ ପ୍ରତିମା
ସଶ୍ରଧେ ପ୍ରଣାମ ଘେନ l
ତୋ ସ୍ନେହ ଅଙ୍ଗୁଳି ଧରି ମୁଁ
ବାଟ ମୁଁ ଶିଖିଲି ଚାଲି
ତୋ ସଂସ୍କାରେ ମୋ ଜୀବନ ଭେଳା ର
ମଙ୍ଗ କୁ ତିଆରି କଲି l
ଯାହାର ସେନେହ ଯାହାର ମମତା
କରି ହୁଏ ନାହିଁ କଳନା
ଅସୀମ କରୁଣା ମୟୀ
ନାମ ଟି ତାର ମା l
ସ୍ୱାର୍ଥପର ଆଜି ମାନବ ସଭ୍ୟତା
ମା କୁ ଯାଉଛି ଭୁଲି
କେବଳ ନିଜର ପତ୍ନୀ ପିଲାଙ୍କର
ସୁଖ ସ୍ୱଚ୍ଛଦ୍ୟ କୁ ଚାହିଁ l
ହେ ମାନବ ଗଣ
ସୁପ୍ତ ନ ହୋଇ ଜାଗ୍ରତ ହୁଏ
ମା କୁ ଦେଇଣ ଆଦର ସଂମାନ
ଋଣ ଟିକେ ସୁଝି ଦିଅ l
