STORYMIRROR

Alekha Pasad Moharana

Romance

3  

Alekha Pasad Moharana

Romance

ଫେରିଛି ଫଗୁଣ

ଫେରିଛି ଫଗୁଣ

1 min
254


ଜୀବନ ଲାଗଇ

ଭାରି ନୂଆ ନୂଆ

ଲଭି ଫଗୁଣର ଛୁଆଁ

ମଳୟର ବାସ୍ନା

ଫେଡିଦିଏ ତୃଷ୍ଣା

ଅନୁଭୂତି ସୃଜେ ନୂଆ।

ଆମ୍ବ ବୃକ୍ଷ ଡାଳେ

ବଉଳର ପେନ୍ଥା

ମହ ମହ ବାସ ତୋଳେ

କୋକିଳର ଗାନ

କୁହୁ କୁହୁ ତାନେ

ଅସରା ଆନନ୍ଦ ଖେଳେ ।

ମହୁଲର ଫୁଲ

ବାସ୍ନା ଯେ ଅମୂଲ୍

ଚଉ ଦିଗ ଚହଟାଏ

କୃଷ୍ଣଚୁଡା ଡାଳେ

ନାଲି ନାଲି ଫୁଲ

କିରି କିରି ହସୁଥାଏ ।

ବଧୁଲିର ପୁଷ୍ପ

ରୋଷଣୀ ରଞ୍ଜିତ

ଫୁଟିଅଛି ପଥ ପ୍ରାନ୍ତେ

ସୁରୁଜ ଦେଖୁଛି

ଅନନ୍ତ ଗଗନେ

ଧରା ସୁଶୋଭିତ କେତେ।

ମିଠା ମନ ନେଇ

ଫଗୁଣ ଆସିଛି

ପୁରି ଉଠେ ପ୍ରତି ପ୍ରାଣ

ନବ ଶିହରଣ

ହୃଦୟେ କମ୍ପନ

ସୃଷ୍ଟି କରେ ଜାଗରଣ ।

ଇନ୍ଦ୍ରଧନୁର 

ସପତ ରଙ୍ଗରେ

ରଙ୍ଗେଇ ହୋଇ ଫଗୁଣ

ଆବାହନ କରେ

ମିଠା ସ୍ମୃତି କେତେ

ବସନ୍ତ ରାସର ମାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance