STORYMIRROR

Amita Dash

Romance Inspirational

3  

Amita Dash

Romance Inspirational

ଘରକରଣା

ଘରକରଣା

1 min
248


ତୁ ଅଜଣା ମୋତେ

ମୁଁ ଅଜଣା ତୋତେ

କେମିତି ଏକାଠି ଯାଇ 

ଘର କରଣା କିଣିବା ସତେ!

ତୁ ନୂଆ କନିଆଁ

ମୁଁ ନୂଆ ବର

ତୋର ,ମୋର ଗଢ଼ିବା ନୂଆ ସଂସାର।।

ନୂଆ ଅଗଣା ନୂଆ ରୋଷେଇ

ନୂଆ ସାଞ୍ଚ ନୂଆ ପହେଲି

ସତରେ ଗୋରୀ ଦେଖାଇବୁ

ତୋ ହାତର ଯାଦୁକରୀ।।।


କି ସୁନ୍ଦର ତୋ ବଉଳ ପାଟ

ଆମ ଦୁହିଁଙ୍କ କାନ୍ଧରେ ଝୁଲେ ଗଇଁଠାଳ

ମୋ ମୁଣ୍ଡରେ ପଗଡ଼ି ବେକରେ

କର୍ପୂର ମାଳ

କହିଲୁ ଦେଖି ତୁ ସୁନ୍ଦରୀ ନା ମୁଁ ସୁନ୍ଦର।।।।


ନୂଆ ଜୀବନର ନୂଆ ରଂଗ

ଉଭୟଙ୍କ ରଂଗ ମିଶିଗଲେ

ଗଢି ତୋଳିଦେବା ଦୁଇ ଦିନେ

ଆମ ସପନର‌ ତାଜ ମହଲ

କରିବା ତାକୁ ସରସ ସୁନ୍ଦର।।।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance