STORYMIRROR

Sabita Nayak

Romance

3  

Sabita Nayak

Romance

ମୋତେ ନିମନ୍ତ୍ରଣ ଦେବନି ସଖା

ମୋତେ ନିମନ୍ତ୍ରଣ ଦେବନି ସଖା

1 min
196

ମୋତେ ନିମନ୍ତ୍ରଣ ଦେବନି ସଖା 

ତୁମ ଆଭିଜାତ୍ୟର ଦ୍ବାରକାକୁ 

ମୁଁ ଯିବାକୁ ଚାହୁଁନି 

ମୋତେ ମୋ ବର୍ଷାନା ଭଲ,

ତୁମେ କ'ଣ ଆଗ ପରି 

ମୋ ପାଇଁ ବଜାଇ ପାରିବ 

ତୁମ ମୋହନ ବଂଶୀ

ଦେଇ ମୋ ନାମର ସ୍ୱର।

ଆଗ ପରି କ'ଣ ତୋଳି ନେବ 

ତୁମର ବାହୁରେ 

ଦେଇ ମଥାରେ ଚୁମ୍ବନ,

କହିପାରିବ କି ତୁମେ 

"ରାଧେ ତୁମେ ମୋର ପ୍ରାଣ "।

ତୁମେ କ'ଣ ବସିପାରିବ 

ତୁମ ମଥା ରଖି ମୋ କୋଳରେ,

ହସି ହସି ଗପିଯିବ କେତେ କ'ଣ

ମୋ ହାତରୁ ଲବଣୀ 

ଖାଇ ସାରିବା ପରେ। 

ତୁମଠୁ ଦୂର ମୁଁ ହୋଇପାରିବିନି 

ଥାଇ ତୁମରି ପାଖରେ 

ଅଜଣା ଅଚିହ୍ନା ପରି ପାରିବିନି ହୋଇ 

ପାଇ ତୁମକୁ ପାଖରେ ।

ଏହାଠାରୁ ଭଲ ହଜୁଥିବି ସଦା 

ତୁମରି ଭାବନାରେ         

ଦେଖୁଥିବି ସଦା ତୁମକୁ     

ମୋ ହୃଦୟ ଭିତରେ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance