ମୋତେ ନିମନ୍ତ୍ରଣ ଦେବନି ସଖା
ମୋତେ ନିମନ୍ତ୍ରଣ ଦେବନି ସଖା
ମୋତେ ନିମନ୍ତ୍ରଣ ଦେବନି ସଖା
ତୁମ ଆଭିଜାତ୍ୟର ଦ୍ବାରକାକୁ
ମୁଁ ଯିବାକୁ ଚାହୁଁନି
ମୋତେ ମୋ ବର୍ଷାନା ଭଲ,
ତୁମେ କ'ଣ ଆଗ ପରି
ମୋ ପାଇଁ ବଜାଇ ପାରିବ
ତୁମ ମୋହନ ବଂଶୀ
ଦେଇ ମୋ ନାମର ସ୍ୱର।
ଆଗ ପରି କ'ଣ ତୋଳି ନେବ
ତୁମର ବାହୁରେ
ଦେଇ ମଥାରେ ଚୁମ୍ବନ,
କହିପାରିବ କି ତୁମେ
"ରାଧେ ତୁମେ ମୋର ପ୍ରାଣ "।
ତୁମେ କ'ଣ ବସିପାରିବ
ତୁମ ମଥା ରଖି ମୋ କୋଳରେ,
ହସି ହସି ଗପିଯିବ କେତେ କ'ଣ
ମୋ ହାତରୁ ଲବଣୀ
ଖାଇ ସାରିବା ପରେ।
ତୁମଠୁ ଦୂର ମୁଁ ହୋଇପାରିବିନି
ଥାଇ ତୁମରି ପାଖରେ
ଅଜଣା ଅଚିହ୍ନା ପରି ପାରିବିନି ହୋଇ
ପାଇ ତୁମକୁ ପାଖରେ ।
ଏହାଠାରୁ ଭଲ ହଜୁଥିବି ସଦା
ତୁମରି ଭାବନାରେ
ଦେଖୁଥିବି ସଦା ତୁମକୁ
ମୋ ହୃଦୟ ଭିତରେ

