STORYMIRROR

Chinmay Behera

Romance

3  

Chinmay Behera

Romance

ବନ୍ଧନ

ବନ୍ଧନ

1 min
182

ତୁମ ହସ, ହସ ନୁହେଁ ଆଖିତଳ ଅଲେଖା ଅକ୍ଷର

ତୁମ କାନ୍ଦ, କାନ୍ଦ ନୁହେଁ କଦମ୍ବର କଅଁଳ ପତର ।


ତୁମ ଲାଜ, ଲାଜ ନୁହେଁ ଯେଉଁଦିନ ପାରିଲି ମୁଁ ଜାଣି

ସେହିଦିନ ତୁମଠାରୁ,ତୁମକୁ ମୁଁ ନେଲି ଦୂରେ ଟାଣି ।


ମାଟିଠୁ ଆକାଶ ଯାଏ ଭିଜେଇଲି ପ୍ରେମର ବର୍ଷାରେ

ହଜିଗଲା ତନୁମନ ଆବେଗର ଅଜଣା ସୁଅରେ ।


ସେ ସୁଅର ଧାରେ ଧାରେ ହସୁଥିଲା ନଈ,ନାଳ,ବନ

ବୟସର ବାଲିଘରେ ବାସୁଥିଲା ଚନ୍ଦନ ଚନ୍ଦନ ।


ଏ ସାରା ଜନମ ମୋତେ ଯିଏ ଆଜି କରିଦେଲା ଋଣୀ

ତା'ଆଖିର ଆଖି ହୋଇ ପାରିହେବି ଆଶା ବୈତରଣୀ ।


ପବନର ପାଲିଙ୍କିରେ ଗଢ଼ିଦେବି ସ୍ମୃତିର କଣ୍ଢେଇ

ହଜି ଯାଉଥିବ ଯେତେ ନିରାଶାର ଛଳ ଛଳ ନଈ ।


ସେ ନଈର କୂଳେ ବସି ଆଙ୍କୁଥିବି ଅସୁମାରୀ ଆଶା

ମୋ ହାତରେ ହାତଦେଇ ଓଠେ ଦେବ କେତେ ନୂଆ ଭାଷା ।


ସପନର ଶେଯ ପାରି ବିଶ୍ୱାସର ବଗିଚା ଭିତରେ

ଭିଜୁଛି ମୁଁ ଭିଜୁଥିବି ତୁମର ସେ ମିଠା ଦରଜରେ ।


କଥାଦେଲି ଆଜିର ଏ ଆନମନା ମଧୁର ଲଗନେ

ହସି ହସେଇବି ସାଥି ଜୀବନର ପ୍ରତିଟି ସୋପାନେ ।


Rate this content
Log in

Similar oriya poem from Romance