STORYMIRROR

Gouri Panda

Romance

3  

Gouri Panda

Romance

ଝିପି ଝିପି ବରଷା

ଝିପି ଝିପି ବରଷା

1 min
164


ଝିପି ଝିପି ବରଷାରେ 

ମଜା ଅଛି ଭିଜିବାରେ। 

ଆସ ସାଥୀ ଭିଜିଯିବା

ବରଷାର ମଜାନେବା। 

ସାଥେ ଥିବ ତୁମେ ମୋର 

ମଜା ନେବା ବରଷାର। 

ଝିପି ଝିପି ବରଷାରେ

ଭିଜା ବାସ୍ନା ମୋ ଦେହରେ। 

ସାଥୀ ହୋଇ ଚାଲୁଥିବା 

ଅତୀତକୁ ଭୁଲିଯିବା। 

ଭିନି ଭିନି ମିଠା ବାସ୍ନା 

ବରଷାରେ ମେଣ୍ଟେ ତୃଷ୍ଣା। 

ବରଷାର ଭିଜା ମାଟି

କେତେ ଖୁସି ଦିଏ ଭେଟି। 

ସାଥେ ଥିବେ ଯଦି ପ୍ରିୟ

ଝରିଯିବ ସେ ଅମିୟ। 

ସେ ଅମୃତ ପାନ କରି 

ଚାଲୁଥିବା ହାତ ଧରି। 

ଝିପି ଝିପି ବରଷିବ

ପ୍ରେମୀ କଥା ସେ ଶୁଣିବ। 

ପ୍ରେମର ସେଇ ବରଷା

ପ୍ରୀତି ଭରଇ ସହସା। 

ବରଷୁଥା ଝିପି ଝିପି 

ଚାଲୁଥିବୁ ପାଦ ଥାପି। 

ଭୁଲିବୁନି ସେ ଦିନକୁ

ଝୁରୁଥିବୁ ସେ ବରଷକୁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance