STORYMIRROR

Santosh Kumar Ojha

Romance

3  

Santosh Kumar Ojha

Romance

ବିଦ୍ଗଧା

ବିଦ୍ଗଧା

1 min
228


ଯାଚି ଦେଇ ଥିଲି ମନ ଫୁଲ ବୋଲି

    ନିର୍ଦ୍ଦୟେ ପାଦରେ ଦଳି ଦେଲ

ଭାବିଲନି ଥରେ ବୃନ୍ତଚ୍ୟୁତ ପରେ

    କେମିତି ହୁଏ ସେ କଲବଲ 

ଭଲ ପାଇବା କି ଭୁଲ ଥିଲା ମୋର

  ଏତେ ଜଲ୍ଦି ତୁମେ ଭୁଲିଗଲ !!


ଏତେ ବି ନିଷ୍ଠୁର ନୁହଁଇ ଭ୍ରମର

  ପ୍ରାଣ ଦେଇ ଶୁଝେ ପ୍ରେମ ମୂଲ

ନପାରିଲି ଚିହ୍ନି ହୃଦୟରେ ବହ୍ନି

   ପ୍ରତାରଣା ଘୃତେ ଜାଳି ଦେଲ

ଭଲପାଇବାର ମହାନାଟକରେ

    କିଛି ଦୃଶ୍ୟ କଳାକାର ଥିଲ ।


ଖଳନାୟକର ଖଳ ବୁଦ୍ଧି ସିନା

   ପ୍ରେମରେ ନାୟକ ଠାରୁ ଭଲ

କୁର୍ତି ଚିରି ଦିଏ ଛାତି ଚିରେ ନାହିଁ

    ଚିରି ଦିଏ ନାହିଁ ପ୍ରୀତି ଫୁଲ 

ମିଛ ସତ କହି ଠକି ଦିଏ ନାହିଁ

  ମାଖେ ନାହିଁ ଛଳନାର ତେଲ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance