STORYMIRROR

Priyanka Panda

Romance Others

3  

Priyanka Panda

Romance Others

କିଛି ଆଶା

କିଛି ଆଶା

1 min
248

ଆଶା କରେ ମୁଁ ମହକିତ ଫୁଲକୁ

ଚମକିଳ ରଙ୍ଗୀନ୍ ତ୍ୱଚାକୁ,

ଚକିତ ହୋଇଯାଉଥିବା ବିଭୋର ମନକୁ,

ମାଳୀର ଅଜସ୍ର ଅସୀମ ଯତ୍ନକୁ,

ପ୍ରଭୁ ଶ୍ରୀ ପୟରେ ଅର୍ଜିତ ହେବାକୁ।


ଆଶା କରେ ଦିଗନ୍ତବ୍ୟାପୀ ଆକାଶକୁ

ସ୍ୱାର୍ଥ ଈର୍ଷା ଭରା ମନର ଅପହଞ୍ଚତାକୁ ,

ହୀନସ୍ତା ଚଷାଭାଇର ସୁଖପ୍ରଦ ବର୍ଷା ଉତ୍ସକୁ,

ଦୁର୍ବଳ ଚିତ୍ତର ପଥପ୍ରଦର୍ଶକ ସୂର୍ଯ୍ୟକୁ ଉଦିତ କରିବାକୁ,

ଅନ୍ଧାର ମଧ୍ୟରେ ନୂଆ ଆବିଷ୍କାରର କୋଟିଉଜ୍ଜ୍ବଳ ବିନ୍ଦୁର

ସମାହାରକୁ। 


ଆଶା କରେ କେବେ ପ୍ରଶାନ୍ତ ଭବିଷ୍ୟତକୁ

ପୂରିତ ଆକାଂକ୍ଷାର ମଳୟ ଜୀବନକୁ,

କଳୁଷିତ ସମାଜର ରୌପ୍ଯ ସୁବର୍ଣ୍ଣ ଚିନ୍ତାଧାରାକୁ,

ସ୍ନେହ ଆଦର ଉଛୁଳିତ ନୂତନ ପରିବାରକୁ,

ଶୀତଳ ଜ୍ୟୋସ୍ନା ତଳେ ମନର ମଣିଷକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance