ଆହେ ଜଗନ୍ନାଥ
ଆହେ ଜଗନ୍ନାଥ
1 min
363
ଅନନ୍ତ ସୃଷ୍ଟିର ତୁମେ ଚିତ୍ରକର
ବେରଙ୍ଗୀ ମନରେ ସପ୍ତ ରଙ୍ଗ ଭର
ବିଶାଳ ଧରିତ୍ରୀର ତୁମେ ଆଧାର
ଅସୀମ ଭାରକୁ ଅକଷ୍ଟେ ସମ୍ଭାଳ।
ନିଷ୍ଠୁର ସଂସାରେ ତୁମେ କରୁଣା ସାଗର
ସଭିଁଙ୍କ ଚାଳରେ କୃପା ବରଷାଅ
ନାଟୁଆ ଠାକୁର ତୁମ ମାୟା କେଡେ ସୁନ୍ଦର
ଚକାଆଖି ତୁମ ଦେଖେ ଛୋଟ ମଣିଷର କରମ।
ଜ୍ଞାନର ପ୍ରପାତ ତୁମେ ରଚିଲ ଗୀତାର ମର୍ମ
ସତ୍ୟ ଅସତ୍ୟ ମଧ୍ୟେ ଟାଣିଲ ଲକ୍ଷ୍ମଣଗାର।
ଅବତାରୀ ପୁରୁଷ ତୁମେ ଦଶ ଅବତାର
ଶତ୍ରୁର ବିନାଶ ସହ କଲ ଧର୍ମର ସ୍ଥାପନ।
ବଂଶୀଧର ଚକ୍ରଧର ଆଦି ଷୋହଳ ନାମ ତୁମ ଆହେ ଜଗନ୍ନାଥ
ରତ୍ନ ସିଂହାସନ ଅଟେ ତୁମ ଲୀଳା ରଙ୍ଗମଞ୍ଚ
ପ୍ରାର୍ଥନା କରିବି କିସ ତୁମେ ଜାଣ ସର୍ବ କଷ୍ଟ
ଆଶିଷ ତଳେ ରହୁ ଏ ଛୋଟ ଜୀବମଣ୍ଡଳ।
