STORYMIRROR

Priyanka Panda

Classics

3  

Priyanka Panda

Classics

ସମୟ

ସମୟ

1 min
269

ତିନୋଟି ବର୍ଣ୍ଣରେ ଗଢା ତା ଦେହ

ନାହିଁ କିଛି ମାତ୍ରା-ଫଳାର ସଙ୍ଗମ

ଆକାରେ ସାନ ସିଏ ଶକ୍ତି ରେ ବିଶାଳ

କହୁଛି ମୁଁ କଥା ମାୟାବୀ ସମୟର। 


କୌତୁକିଆ ତା ଜୀବନ ର ଖେଳ

ଆଖିରେ ଲୁହ ଦିଏ କେବେ ଓଠରେ ହସ

ଅଦ୍ଭୂତ ମାୟାରେ ସେ କେଡେ ସୁନ୍ଦର

ଦୁଃଖରେ ନିରାଶା କେବେ ସୁଖର ଗୋଲାପ ଚାଦର।


ଅଫେରନ୍ତା ତା'ର ଅନନ୍ତ ଗତିପଥ

କ୍ଷଣିକ ମଧ୍ୟେ ସେ ବଦଳାଏ ସ୍ଥାନ

ପୁଷ୍ପକ ବରଷାଏ କେବେ ବାଟରେ କାହାର

ସୂକ୍ଷ୍ମ କଣ୍ଟକ ବୁଣିଦିଏ ପୁଣି ଜୀବନେ ନରର। 


ସରଳ ଜଟିଳ କ୍ରୀଡା ରେ ତାହାର, 

ଆଲୋକ ଜଳାଏ ପୁଣି ଘୋଟିଏ ଅନ୍ଧାର

ସମୟ ସହିତ କେବେ ପଶା ନ ଖେଳିବ,

କାରଣ...

ସମୟ ତ ଏକା ବଳବାନ 

ଏହି ସମୟ ତ ଏକା ବଳବାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics