STORYMIRROR

Priyanka Panda

Others

3  

Priyanka Panda

Others

ମୁଁ ଏକ ନଦୀ

ମୁଁ ଏକ ନଦୀ

1 min
203

ଜୀବନଟି ମୋ ଏକ ନଦୀ ପରି, 

ଜନ୍ମ ମୋରବିଶାଳ ସାଗର ସହ ମିଶିବା ଲାଗି।

 ନା ପଥ ଜଣା ଅଛି, ନା ସାଥି,

 ସ୍ୱତଃ ବହିଯାଏ ଯେପରି ବିଧାତା ଆଙ୍କିଛି। 

ଆଗେଇ ଆଗେଇ ଚାଲୁଛି...ଏହି ତ ମୋ ପ୍ରକୃତି।

 କେଉଁଠି ମୁଁ ଚୁଲବୁଲି ତ କେବେ ଶାନ୍ତିପ୍ରେମୀ।

 ଅଙ୍କାବଙ୍କା ରାସ୍ତାରେ ଚୁପଚାପ ସବୁ ଦେଖୁଛି। 

ମୁଁ ବାକ୍-ହୀନ ଅଝଟପଣ ମୋହର କାହିଁ?

 ଯାହା କିଛି ଅର୍ଜିତ ହୁଏ ସବୁକୁ ନିଜର କରିନେଉଛି। 

କେଉଁଠି ମୁଁ ମହାନନ୍ଦରେ ଉଚ୍ଛୁଳି ଯାଇଛି, 

କେବେ ଆବର୍ଜନା ଘେରରେ ସୂକ୍ଷ୍ମଧାର ହୋଇଯାଇଛି। 

ହେଲେ ମୁଁ ମୋ ଅସ୍ତିତ୍ୱ ହରାଇନି। 

ଶୁଭ-ଅଶୁଭ କାର୍ଯ୍ୟରେ ବାହ୍ୟ ଜଗତର ଲୋଡା ହୋଇଛି, 

ଶୁଭ୍ର କାଶତଣ୍ଡୀକୁ ଲେଖକ ମୁନରେ ସ୍ୱର୍ଣ୍ଣିମ କରିଛି, 

କେବେ ମୁଁ ଅଭିମାନିନୀ ଶତ ଗାଆଁରେ ତାଣ୍ଡବ ରଚିଛି, 

ଶହେ ପ୍ରଶଂସା ଶୁଣିଛି, ସହସ୍ର ନିନ୍ଦା ବି, 

ପଶ୍ଚାତଗାମୀ ହେଇନି ହେବି ମଧ୍ୟ ନାହିଁ, 

ପ୍ଳାବିତ ଋତୁରେ ହସୁଥିବି, ନିଦାଘ ଗ୍ଲାନିରେ ଗୁମୁରି କାନ୍ଦିବି, 

ଶେଷରେ ମସ୍ତକ ନୁଆଁଇ ସେହି ନୀଳବକ୍ଷରେ ବିଲୀନ ହେଇଯିବି।

 ସେଠି ମୁଁ ନଥିବି....ନା ମୋ ଚପଳାମୀ,

 ଏବଂ ସେବେ ଶୁଭୁଥିବ ମୋ କାହାଣୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍