Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance Inspirational

3  

Bharatabandhu Biswal

Romance Inspirational

ଝିପିଝିପି ବର୍ଷା

ଝିପିଝିପି ବର୍ଷା

1 min
204



ବାପଘର ଛାଡି  ଶାଶୁଘର ଯିବ

   ଝିଅ ନୂଆ ଭୁଆସୁଣୀ

କାନ୍ଦୁଛି ସକେଇ  ଟିକେ ରହିରହି

   ଆଖିରୁ ଝରଇ ପାଣି ।


ନିଜ ଜନ୍ମସ୍ଥାନେ  ରହି ପାରିବନି

   ମାଆ ବାପ ଭାଇ ପର

ଥାଟ ପଟୁଆର  ସଜାଇ ଆସିବେ

    ପାଲିଙ୍କିରେ ବସି ବର ।


ସାକ୍ଷୀ ଥିବେ ଅଗ୍ନି  ଦଶ ଦିଗପାଳ

    ହୋଇବ ପାଣିଗ୍ରହଣ

ବରଷି ଅମୃତ  ସ୍ନେହ ପ୍ରେମ ମଧୁ

     କରିବ ସୃଷ୍ଟି ପାଳନ ।


ତା ଆଖି ଲୁହରେ  ସୁଖର ସପନ

   ସଜଳେ ଜୀବନ ଧାରା

ହସି ଉଠେ କୁଳ ଏ ସାରା ସଂସାର

    ସଞ୍ଜୀବିତ ବସୁନ୍ଧରା ।


ପୁଲକେ ପରାଣ  ଆନନ୍ଦ ଉତ୍ସାହ

    ମନ ହୁଏ ଆନମନା

ଝିପିଝିପି ବର୍ଷା  ସୁମଧୁର ସ୍ୱରେ

   ପ୍ରକୃତି ବି ମଧୁଛନ୍ଦା ।


ସବୁଜ ସୁନ୍ଦର  ପଣତ ଛାୟାରେ

   ନାଚି ଉଠେ ସୁଖ ସ୍ୱପ୍ନ

ବିଭୋରେ ଜୀବନ  ବହେ ଛଳଛଳ

   ରସେ କବି ଭାବ ମଗ୍ନ ।

        -----



Rate this content
Log in