STORYMIRROR

Chinmaya Kumar Nayak

Romance

3  

Chinmaya Kumar Nayak

Romance

ଡେଣା

ଡେଣା

1 min
220


ଲାଜର ସରମିଲତାଟିଏ ହୋଇ

ମୁଁ ବନ୍ଧାଥିବି ସିନା ତୁମ ପାଶେ,

ମନ ପକ୍ଷୀ ମୋର ଉଡ଼ି ବୁଲୁଥିବ

ସ୍ୱାଧୀନ ଆକାଶେ ପରୀ ବେଶେ।


ତୁମ ଆକଟର ରୁଦ୍ଧ କବାଟ ଭିତରେ

ରହିଥିବି ତୁମ ଦାସୀ ହୋଇ,

ଆତ୍ମାଭିମାନର ଡେଣା କାଟି ଦେଲେ

ମରିଯିବି ଆତ୍ମାହୁତି ଦେଇ। 


ବାନ୍ଧ ପଛେ ମୋର ପାଦରେ ଶିକୁଳି

ମନକୁ କ୍ଷତାକ୍ତ କରନାହିଁ,

ଉଡ଼ିଗଲେ ଥରେ ଖୋଜି ପାଇବନି

ସେ ପାଇଁ ମୋ ଛାତି ଚିରନାହିଁ। 


ତୁମେ ମୋ ଈଶ୍ୱର ମଥାନତ କରି

ପଦ ସେବା ତୁମ କରୁଥିବି,

ମୋ ପାଇଁ ଚେନାଏ ଆକାଶ ରଖିବ

ପ୍ରାଣଖୋଲି ସେଠି ଉଡୁଥିବି। 


ମନ ଭରିଗଲେ ଫେରି ଆସିବି ମୁଁ

ତୁମ ହାତଗଢ଼ା ପଞ୍ଜୁରୀକୁ,

ତୁମରି ଛାତିରେ ମୁଖ ଗୁଞ୍ଜି ଦେଇ

ଭୁଲିଯିବି ସାରା ସଂସାରକୁ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance