STORYMIRROR

Prahallad Sahoo

Classics Fantasy Children

4  

Prahallad Sahoo

Classics Fantasy Children

ଅଫେରା ସେ ପିଲାଦିନ

ଅଫେରା ସେ ପିଲାଦିନ

1 min
224


ଫେରାଇ ଦେବ କିଏ ମୋତେ ମୋର ପିଲାଦିନ 

ଯେଉଁ ବୟସରେ ହସ କାନ୍ଦ ସବୁଥିଲା ସମାନ।


ନିର୍ଭୀକ ହୋଇ ପଶୁ ପକ୍ଷୀ କୀଟ ତରୁଲତା ସଙ୍ଗେ 

ଖେଳୁଥିଲି କେତେଖେଳ ମନ ଖୋଲି ନାନା ଢଙ୍ଗେ।


ଭୋକ ଶୋଷ ପାଇଁ ନଥିଲା କେବେ ଅବଶୋଷ 

ମାଆର ପଣତ ତଳେ ନିଶ୍ଚିନ୍ତ ଥିଲା ସେ ବୟସ।


ଅତି ନିଜର ସେ ଅପାଶୋର ଅତୀତର ପିଲାଦିନ 

ଛୋଟରୁ ବଡଯାଏ ସଭିଏଁ କରୁଥିଲେ ଆଦର ଯତ୍ନ। 


ସ୍ନେହ ମମତାର ବନ୍ଧନରେ ବିତୁଥିଲା ସେ ସମୟ 

ଆଦର ଯତନେ ଭୁଲି ଯାଉଥିଲି ମୁଁ କାହା ତନୟ।


ନଥିଲା ମନେ ହିଂସା ଦ୍ବେଷ ଅବା ରାଗ ରୋଷ

ଗୁର, ଗୁରୁଜନ ଆଶୀର୍ବାଦେ ବଢୁଥିଲା ଆୟୁଷ।


ସବୁଠୁ ସୁନ୍ଦର ଥିଲା ସେହି ଅପାଶୋର ପିଲାଦିନ 

ଯହିଁ ନଥିଲା ମୋହ ମାୟା ଓ ଆସକ୍ତିର ଚିହ୍ନ ବର୍ଣ୍ଣ।


ଭୁଲିଯିବି ବୋଲି ଭାବେ ଅନେକ ଥର ସେ ଅଭୁଲା ଦିନ

ଆକର୍ଷିତ ହୋଇଯାଏ ପୁଣି ସେଠାକୁ ଏ ମଉଳା ମନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics