ମୌସୁମୀର ପିଲାଦିନ ସ୍ମୃତି
ମୌସୁମୀର ପିଲାଦିନ ସ୍ମୃତି
ମୌସୁମୀର ପିଲାଦିନ ସ୍ମୃତି ସବୁ ଫୁଲର
ସୌନ୍ଦର୍ଯ୍ୟ ଭରା ଲାଲିମାରେ ଭିଜା ଭିଜା
ବର୍ଷାର ମହକ କାଗଜ ଡଙ୍ଗା ସାଥିରେ
ସେହି ଲୁଚକାଳି ଖେଳ ଦୂର ଦିଗବଳୟରେ
ଶୂନଶାନ ପଥରେ ଆଗେଇ ଯାଇଥିଲା
ଯାହା ଆଜି ବି ସ୍ମରଣୀୟ ହୋଇ ରହିଛି
ମୋ ସ୍ମୁତି ସ୍ତମ୍ଭର କାହାଣୀରେ।
ମାଳ ମାଳ କାଗଜ ଡଙ୍ଗା ତିଆରି କରି
ଅସରା ଅସରା ବର୍ଷାରେ ପୁରା ନିମଗ୍ନ
ହେଲେ ବି ସଵୁ ଖାଲି ଫିକା ଫିକା ଲାଗେ
ଆଉ ମୌସୁମୀ ର ଆଗମନ
ନାହିଁ, ଯଦି ଆସୁଛି ତାହା ପ୍ରଳୟ ପରି
ମାଡି ଚାଲିଛି ଏ ଧରାବକ୍ଷକୁ
ସବୁ ଆଜି ଓଲଟ ପାଲଟ
ପାଣିପାଗ ଜଳବାୟୁର ପରିବର୍ତନରେ
ମୌସୁମୀ ଆଜି ତାର ସବୁ ସ୍ମୃତି ହରାଇ
ନିଃସହାୟ ନିରୁପାୟ ପରି ତା
ସ୍ମୁତି କୁ ଜାବୁଡି ଧରି ପଡି ରହିଛି
ଏହି ସୀମାରେଖା ତଳେ ନିନ୍ମରେ।
