STORYMIRROR

Kalpana Satpathy

Fantasy Children

4  

Kalpana Satpathy

Fantasy Children

ମୌସୁମୀର ପିଲାଦିନ ସ୍ମୃତି

ମୌସୁମୀର ପିଲାଦିନ ସ୍ମୃତି

1 min
401

ମୌସୁମୀର ପିଲାଦିନ ସ୍ମୃତି ସବୁ ଫୁଲର 

ସୌନ୍ଦର୍ଯ୍ୟ ଭରା ଲାଲିମାରେ ଭିଜା ଭିଜା

ବର୍ଷାର ମହକ କାଗଜ ଡଙ୍ଗା ସାଥିରେ

ସେହି ଲୁଚକାଳି ଖେଳ ଦୂର ଦିଗବଳୟରେ

ଶୂନଶାନ ପଥରେ ଆଗେଇ ଯାଇଥିଲା

ଯାହା ଆଜି ବି ସ୍ମରଣୀୟ ହୋଇ ରହିଛି

ମୋ ସ୍ମୁତି ସ୍ତମ୍ଭର କାହାଣୀରେ।

ମାଳ ମାଳ କାଗଜ ଡଙ୍ଗା ତିଆରି କରି

ଅସରା ଅସରା ବର୍ଷାରେ ପୁରା ନିମଗ୍ନ

ହେଲେ ବି ସଵୁ ଖାଲି ଫିକା ଫିକା ଲାଗେ

ଆଉ ମୌସୁମୀ ର ଆଗମନ

ନାହିଁ, ଯଦି ଆସୁଛି ତାହା ପ୍ରଳୟ ପରି

ମାଡି ଚାଲିଛି ଏ ଧରାବକ୍ଷକୁ 

ସବୁ ଆଜି ଓଲଟ ପାଲଟ

ପାଣିପାଗ ଜଳବାୟୁର ପରିବର୍ତନରେ

ମୌସୁମୀ ଆଜି ତାର ସବୁ ସ୍ମୃତି ହରାଇ

ନିଃସହାୟ ନିରୁପାୟ ପରି ତା

ସ୍ମୁତି କୁ ଜାବୁଡି ଧରି ପଡି ରହିଛି

ଏହି ସୀମାରେଖା ତଳେ ନିନ୍ମରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy