Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Sadananda Sahoo

Classics Fantasy


4  

Sadananda Sahoo

Classics Fantasy


ସମ୍ପର୍କର ସେତୁବନ୍ଧ

ସମ୍ପର୍କର ସେତୁବନ୍ଧ

1 min 304 1 min 304


ସାମଜିକ ଭାବ ରଖଇ ଅକ୍ଷୁର୍ଣ୍ଣ

   ସମ୍ପର୍କର ସେତୁବନ୍ଧ ;

ଜୀବନ ଯାତ୍ରାରେ ସମ୍ପର୍କ ସର୍ବାଗ୍ରେ

   ଅନ୍ତିମେ ଖୋଜଇ କାନ୍ଧ ।


ସମ୍ପର୍କ ବନ୍ଧନ ହୁଏ ପ୍ରକଟିତ

  ଆଶା ଆକାଂକ୍ଷାରେ କେତେ ;

ବଳିଷ୍ଠ ସମ୍ପର୍କ କରେନା ବିତର୍କ

   ଜୀବନର ଆଦ୍ୟ ପ୍ରାନ୍ତେ ।


ସ୍ନେହଁ ପ୍ରେମ ଧାରେ ସମ୍ପର୍କ ସୌଭାଗ୍ଯେ

    ମନପ୍ରାଣ ଆଚ୍ଛାଦିତ ; 

ସମ୍ପର୍କର ଡୋର ଟାଣେ ବହୁଦୂର

    ଅଦୃଶ୍ୟ ବନ୍ଧନ ସତ୍ୟ ।


ପିତୃମାତୃ ସ୍ନେହଁ କାମନା ବିହୀନ

    ସମ୍ପର୍କ ଅମ୍ଳାନ ଜ୍ଯୋତି ; 

ପ୍ରୀତିର ବାରିଧି ଝରିପଡେ ନିତି

     ଉତଫୁଲ୍ଲିତ ହୁଏ ଛାତି ।


କର୍ତ୍ତବ୍ୟ ପାଳନେ ପିତାମାତା କେବେ

     କରନ୍ତିନି ଜମା ହେଳା ;

 ଶାବକ ହସିଲେ ସଜଫୁଲ ଫୁଟେ

     ସମ୍ପର୍କର. ଲୀଳାଖେଳା ।


ଭାତୃଭଗ୍ନୀ ପ୍ରେମ ସତେ ସୁକୋମଳ

     ଜୀବନରେ ଅନୁପମ ;

ହୃଦୟେ ସଦିଚ୍ଛା ଆଙ୍କେ ଚିତ୍ରମାଳା

     ସମ୍ପର୍କରେ ନାହିଁ ଭ୍ରମ ।


ବନ୍ଧୁ ପରିଜନ ପ୍ରତିବେଶୀ ଗଣ

    ସମ୍ପଦ ବିପଦେ ସାଥୀ ;

ବାରାତା ପାଇଲେ ଆସନ୍ତି ନିଶ୍ଚୟେ

    ସମ୍ପର୍କରେ ବଢ଼େଖ୍ୟାତି ।


ସମ୍ପର୍କ ମାଣିକ ସମ୍ବନ୍ଧ କୌସ୍ତୁଭ

    ମାନ ଅଭିମାନେ ପୁର୍ଣ୍ଣ. ; 

ସମାଜେ ଅକ୍ଷୁର୍ଣ୍ଣ ରହିଛି ନିଶ୍ଚୟ

   ଦୃଶ୍ୟପଟେ ଢାଳି ସ୍ଵର୍ଣ୍ଣ ।।



Rate this content
Log in

More oriya poem from Sadananda Sahoo

Similar oriya poem from Classics