STORYMIRROR

Sagar Kumar Parida

Classics Fantasy Inspirational

4  

Sagar Kumar Parida

Classics Fantasy Inspirational

ପିତା

ପିତା

1 min
329

ସ୍ୱର୍ଗଠାରୁ ବଡ଼, ବିଶାଳ ହୃଦୟ

ସ୍ନେହର ଯେ ପାରାବାର,

ସନ୍ତାନ ନିମିତ୍ତ ଦୁଃଖ, କଷଣକୁ

କରିଥାନ୍ତି ଗଳାହାର ।।

ନିଜ ଜୀବନଠୁ ସନ୍ତାନ ଜୀବନ

ମୂଲ୍ୟବାନ ଯାହାପାଇଁ,

ଭଗବାନଙ୍କର ଦିବ୍ୟ ରୂପ ସିଏ

ଏ ସଂସାରେ ଆମ ପାଇଁ ।।

ପିତା ସ୍ନେହ,ଶ୍ରଦ୍ଧା ଅମୃତର ଧାରା

ପ୍ରତି ସନ୍ତାନ ନିମିତ୍ତ,

ପିତାଙ୍କ ଆକଟ ପାଇଛି ଯେ ପୁତ୍ର

ହୋଇଛି ମହାନ ସେତ ।।

ପୁରାଣ ପୃଷ୍ଠାରେ ସ୍ବୟଂ ଭଗବାନ

ପିତାଙ୍କ ଆଦେଶ ବଳେ,

ଯାଇଥିଲେ ବନ ହୋଇଲେ ମହାନ

ଦୈତ୍ୟ ନାଶି ସଂସାରରେ ।।

ହାତ ଧରି ପିତା ସତ୍ୟ ମାର୍ଗର

ଦେଇଥାନ୍ତି ନିର୍ଦଶନ,

ସତ୍ୟ ପାଇଁ ପ୍ରାଣ ସତ୍ୟ ପାଇଁ ଦାନ

ସତ୍ୟେ କର ବଳିଦାନ ।।

ପିତାଙ୍କର ସେବା ମହାନ କରମ

କରହେ ସବୁ ସନ୍ତାନ ,

ପିତାଙ୍କର ଦିବ୍ୟ ଆର୍ଶୀବାଦ ପାଇ

ଖୁସିରେ କାଟିବ ଦିନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics