STORYMIRROR

PUSPALATA SAHOO

Fantasy Inspirational

4  

PUSPALATA SAHOO

Fantasy Inspirational

ମାଆ ମୋର

ମାଆ ମୋର

1 min
365

ଦଶ ମାସ ଦଶ ଦିନ ଗର୍ଭଯନ୍ତ୍ରଣା ସହି

ମୃତ୍ୟୁର କୋଳରେ ନିଜକୁ ଶୁଆଇ

ମୋତେ ଏ ଦୁନିଆର ଆଲୋକ ଦେଖାଏ

ଏ ସଂସାରରେ ମାଆ ମୋର ସିଏ।।

ଆକାଶ ସମ ଉଦାର ତା ହୃଦୟ

ସାଗର ପରି ସ୍ନେହର ବିଶାଳତମ ଛାତି

ମାଟି ସମ ସହନଶୀଳତା

ସବୁ ଯନ୍ତ୍ରଣା କୁ ସହି ମୋତେ

ଦୁନିଆରେ ବଂଚିବାର ରାହା ଦେଖାଏ।।

ତା ହାତ ଧରି ଚାଲିବା ଶିଖିଛି

ପ୍ରଥମ ଗୁରୁର ହାତ ସ୍ପର୍ଶରେ

ମୁଁ ଆଗକୁ ଯିବାର ସ୍ୱପ୍ନ ଦେଖିଛି

କେବେ କେବେ ତା ସ୍ନେହର ପରଶ

ମୋ ମଥା ପରେ ଢାଳିଦିଏ

ଅଜାଣତରେ ଆଶୀର୍ବାଦ ବର୍ଷା।।

ହେଲେ ଆଜି ମୁଁ ସ୍ୱାର୍ଥପର

ନିଜର ଟିକେ ସୁଖ ଆଶାରେ

ଭାଙ୍ଗି ଦେଇଛି ତା ବାଇଚଢେଇ ଵସା

ନିଜକୁ ଦୁନିଆରେ ପ୍ରତିଷ୍ଠିତ କରିବା ପାଇଁ

ହଜାଇ ଦେଇଛି ତା ସ୍ବପ ର ଆଶା

ନିଜ ପରିବାର ,ସଂସାର ସବୁକୁ

କୋଳେଇ ନେଇ କରିଛି ତାକୁ ସାତପର।।

ଜରାଶ୍ରମରେ ସେ ଆଜି ଛଟପଟ

ହୃଦୟରେ ଅନେକ ଯନ୍ତ୍ରଣାର କୋହ

ତଥାପି ଚାପି ରଖିଛି ମନ ଭିତରେ

ଯେତେ କଷ୍ଟ ହେଲେ ବି

ପ୍ରକାଶ କରିବାକୁ ଅନିଛୁକ

ବାତ୍ସଲ୍ୟ ପ୍ରେମରେ ଭରା ହୃଦୟ

କେବେ ଅଭିଶାପ ଦେଇ ପାରେନି 

ତା ଜନ୍ମକଲା ପିଲାକୁ

ବସୁଧା ପରି ସବୁ ଦୁଃଖ ସହି

ସର୍ବଦା ଅଶୀର୍ବାଦର ହାତ

ରଖିଥାଏ ମୋ ମଥା ପରେ

କାହିଁକି ନା........???

ସେ ମୋ .......ମାଆ 

ଆଉ କେହି ନୁହେଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy