ସଂପର୍କ ସୌଧରେ ଭାଇ ଭଉଣୀ
ସଂପର୍କ ସୌଧରେ ଭାଇ ଭଉଣୀ
ଓଡ଼ିଆ ସଂସ୍କାର ସଂସ୍କୃତି କଥା,
ରତନବେଦିରେ ଚତୁର୍ଦ୍ଧା ଗାଥା,
ଭାଇ ଭଉଣୀଙ୍କ ଭବ୍ୟ ମନ୍ଦିର,
ଗୁଣ୍ଡିଚାଯାତରେ ମହାମିଳନ l
ଏମିତି ପ୍ରେମକୁ ଦେଖିଛ କାହିଁ
ଜଗତ୍ରେ ଖୋଜିଲେ ପାଇବ ନାହିଁ,
ମାଳତୀ ହାତରୁ ରାକ୍ଷୀକୁ ବାନ୍ଧି,
ମହାବାହୁ ନାମେ ଭକତେ ଛନ୍ଦି l
ଭାଇ ଭଉଣୀର ସୁରକ୍ଷାକାରୀ,
ଭଉଣୀ ହିତରେ କର୍ତ୍ତବ୍ୟ କରି,
ଭଉଣୀର ମାନ ସମ୍ମାନ ପାଇଁ,
ଓଷା ବାର ପର୍ବେ ଯାଏ ସେ ଧାଇଁ l
ପାଶ୍ଚାତ୍ୟ ସଂସ୍କୃତି ଧସେଇ ପଶି
ଭାଇ ଭଉଣୀର ସମ୍ପର୍କ ଭାଙ୍ଗି,
କୋଟ୍ କଚେରୀ ମାମଲା ଚାଲେ,
ଘର ଡିହ ଖଣ୍ଡ ଭଉଣୀ ଛିନେ l
ସମ୍ପର୍କ ସୌଧରେ ନୂଆ କାହାଣୀ
ପୁରାଣ ଇତିହାସ କୁହେ ବଖାଣି,
ଆର୍ଯ୍ୟଭୂମି କୁହେ ଭାଇ ଭଉଣୀ ,
କହ କାହାଣୀ ଭାରତବାସୀ, ବଡ଼ ସାହସୀ ।
