STORYMIRROR

Pranabandhu Rout

Tragedy

3  

Pranabandhu Rout

Tragedy

ବାର୍ଷିକ ଶ୍ରାଦ୍ଧ

ବାର୍ଷିକ ଶ୍ରାଦ୍ଧ

1 min
238

 ଝିଁଝିଁଝିଁ ଡାକିଲା ଝିଁଙ୍କାରି

  ଉଠ ଚାଷୀ ଉାଇ ଧାନ ବୁଣ!! 

ଅକ୍ଷିତୃତୀୟା କୁ ମୁଠି ଅନୁକୁଳ 

  ବୈଶାଖ ଖରା ହେଲା ଟାଣ!! 


ଜେଷ୍ଟେ ରଜ ଗତ ବଢିଥିବ ଗଜା 

   ଅଦିନ ବରଷା ପାଣି ପାଇ!!  

 ଆଷାଢେ ଗୁଣ୍ଡିଚା କରିବୁ ବିହୁଡା 

   ମଇ ଦେଉଥିବୁ ଗୀତଗାଇ!! 


ଶ୍ରାବଣ ଚିତଉ ଖାଇ ଚାଷୀ ଭାଇ

 ସାରି ଦେବୁ ବେଗେ ବଛାଖେଳା!! 

ଭୋଦୁଅ ଖରାରେ ବଢୁଥିବ ଧାନ

  ଦେଖି ଆସୁଥିବୁ ଦୁଇ ବେଳା!! 


 ରାତିରେ ଶୁଣିବୁ ତଅପୋଇଗିତ

   ଗାଁ ଭାଗବତ ଟୁଙ୍ଗି ଘରେ!! 

ବାର ମାସେ ତେର ପରବ ଏ ମାସେ

  ବେଳ ଯାଉଥିବ ଆନନ୍ଦ ରେ!! 


ଆଶ୍ୱିନ ମାସରେ ଦେବୀ ଜାତ ଦେଖି


 ଗର୍ଭଣାକୁ ବିଲେ କର ଖିରି!! 


କାର୍ତ୍ତିକକୁ ଧାନ ଥୋଡ ହୋଇଥିବ


  ଦୀପାଳି ପୂଜିବୁ ମଥାମାଡି!! 


 ପଉଷେ ମଳିବୁ ଖଳାରେ ଧାନ ତୁ

  ବଉଳ ଅମାବାସ୍ୟା ଏଇ ମାସେ!! 

 ପାଳ କୁଟା ନେଇ ମାଡି ଦେବୁ ଗଦା

  ଗୋରୁ ଖାଉଥିବେ ବାରମାସେ!! 


ମାଘ ମାସ ଶୀତ ଆସେ ବାଘ ପରି

   ଶୀତକୁ ନଡର ଚାଷୀ ଭାଇ!!

ବଳକା କାମ ତୁ ସାର ବେଗେ ବେଗେ

   ମକର ସଂକ୍ରାନ୍ତି ଯିବ ହୋଇ!! 


ଫଗୁଣରେ ଦୋଳ ଚାଚେରୀ ଦେଖିବୁ

   ଚଇତେ ହେଖିବୁ ଦଣ୍ଡ ନାଚ!! 

ପାଗ ଯୋଗ ଦେଖି କଢାଣ ଦୋଅର

  ସାରି ଦେବୁ ନୋହି କାମ ପଛ!! 


ମେଳା ମଉଜରେ ପୂଜା ପରବରେ

  କାମକୁ ନଦେବୁ କେବେ ଫାଙ୍କି!! 

 ବାର ମାସେ ଭାଇ ତେର ଧନ୍ଦା ତୋର

  ମନ ମାରିଦେଲେ ଚଳିବକି!! 

****************

ଲେଖା- ମୋ ବାପାଙ୍କ ସୌଜନ୍ୟ ରୁ ଡେଡିକେଟ୍ (ବାପାଙ୍କ ସାଙ୍ଗ, ଘନ ସାରେ, ଶ୍ରୀଧର ସାରେ, ଧରଣୀ ଦେହୁରି, ମାଳତି ସାହୁ, ପଞ୍ଚାନନ ସେଠି, କେଶବ ବେହେରା, ବାବାଜୀ ବେହେରା, ମାତାଜୀ ସାହୁ) 

*ଦ୍ୱିତୀୟ ବାର୍ଷିକ ଶ୍ରାଦ୍ଧ ତିଥିରେ ଭକ୍ତି ଶ୍ରଦ୍ଧାଞ୍ଜଳି ବାପା*



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy