Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranabandhu Rout

Classics

4  

Pranabandhu Rout

Classics

ପ୍ରଭୁ ଶ୍ରୀ ବଳଭଦ୍ର

ପ୍ରଭୁ ଶ୍ରୀ ବଳଭଦ୍ର

1 min
359



ବନ୍ଦଇ ରୋହିଣୀ ନନ୍ଦନ

   ବାସୁକୀ ନାଗ ହେ ଅନନ୍ତ l

ରେବତୀ ରମଣ ଶ୍ରୀ ନାଥ

    ଶ୍ରୀ ବଳଭଦ୍ର ନାହିଁ ଅନ୍ତ l

ଅସୀମ ଧୈର୍ଯ୍ୟ ବଳବୀର୍ଯ୍ୟ

    ମସ୍ତକେ ପୃଥିବୀ ଧରିଛ l

ତ୍ରେତୟା ଯୁଗେ ଶ୍ରୀ ଲକ୍ଷ୍ମଣ

    ରାମଙ୍କ ଜୀବର ଜୀବନ l

ଦ୍ୱାପରେ ତୁମେ ବଳଭଦ୍ର

     ଆୟୁଧ ହଳ ଯେ ମୁଷଳ l

କଳିରେ ବିଜେ ଦାରୁବ୍ରହ୍ମ

     ରତ୍ନ ବେଦିରେ ଶୋଭାବନ l

ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା

     ତହିଁ ବିଜୟ ତମେ ପରା l

ଭାଦ୍ରବ ଗହ୍ମା ପୂର୍ଣ୍ଣିମାରେ

     ଜନ୍ମ ଦିବସ ପାଳୁ ଆମେ l

ବଡ଼ ଠାକୁର ନାମ ବହି

     କଳି କଳୁଷ ନାଶ ସାଇଁ l

ଶରଣ ମାଗେ ଅକିଞ୍ଚନ

     ଦର୍ଶନ ଆଶା କର ପୂର୍ଣ୍ଣ l



Rate this content
Log in

Similar oriya poem from Classics