STORYMIRROR

Pranabandhu Rout

Action

3  

Pranabandhu Rout

Action

ଅସତ୍ଯ ସହରେ ଗାନ୍ଧୀ ବନ୍ଧା

ଅସତ୍ଯ ସହରେ ଗାନ୍ଧୀ ବନ୍ଧା

1 min
170


ହରିର୍ନାମ ଜପ ଚାଲିଛି ଚବିଶ ପ୍ରହର, 

ଖଚୁଆ ମିଛଆ ଖଣ୍ଟଆ ହାରାମି କରିଛନ୍ତି ମେଳି, 

ଚୋର ଙ୍କ ସର୍ଦ୍ଦାର କୋଷାଧ୍ୟକ୍ଷ ଏଠି, 

ବେଶ୍ଯା ଘଇତାଟା ବୋଲାଉଛି ଥାନପତି, 

ମଣିଷ ମରାଟା କଳସି ମୁଣ୍ଡାଇ ସାଜି ଅଛି ମହାଯତି। 

ବିନାଶ କାଳେ ବିପରୀତ ବୁଦ୍ଧି, ନଷ୍ଟ ଭ୍ରଷ୍ଟ ନିତି, 

ନାଗୁଣୀ ନିଶା ରେ ଦୁନିଆଁ ବଣା ଆଜି, 

ସତୁରି ବୟସ ବୁଢା ଶୋଷିଲା ଭୋକିଲା, 

ଲୋଡା ତାକୁ କଅଁଳ କସି କାକୁଡି, 

ମିଛ ସାକ୍ଷ ଲକ୍ଷ୍ଯ ରେ ଦୁନିଆଁ ଚାଲିଛି, 

ମଦର ବନ୍ୟା ଛୁଟୁଛି, ସରକାରୀ ମାଲ, 

ଦରିଆମେ ଡାଲା, ଜାତିଆଣ ମୁଖା ପିନ୍ଧି ଛୋଟି ସାଜିଛି ଶ୍ରୀମତୀ। 

ଅସତ୍ଯ ସହରେ ଶାନ୍ତିର ଘୋର ଅଭାବ, 

ସବୁଠି ସମସ୍ୟ ଭାଇ ଭାଇ ଭାଗ ତୁଟୁନି, 

ହାତେ ଜମି ପାଇଁ ଭାଇ ଭାଇ ର ଭଗାରି, 

ଦେଶୀ ମଦ ଭାଟିଟା ଲକ୍ଷେ ଟଙ୍କା ଲାଞ୍ଚ ଦେଇଛି, 

ଗାଁ ମଝିରେ ବେପାର କରିବା ରେ କିଛି ଅସୁବିଧା ନାହିଁ। 

ଆର୍ଯ୍ୟ ଭୁମି ଭାରତରେ ରାଣ୍ତୁଆ ବେଧୁଆ ଶାସନ, 

ମାଟି ଗୋଡି ପାହାଡ ବିକି ମହାଜନ, ଆହା ପ୍ରଶାସନ, 

ଏଠି ସବୁ କିଣାବିକା ପୋଲିସ୍ ଓକିଲ ମନ୍ତ୍ରୀ ଯନ୍ତ୍ରୀ, 

ରାମରାଜ୍ୟ ର ସ୍ବପ୍ନ କେବଳ ବେକାର ଭାସଣବାଜି, 

କାରଣ ନୋଓଟ ନେଇଛ ଭୋଓଟ ଦେଇଛ ସବୁ ବକ୍ ବକ୍ ବନ୍ଦ। 

ଅସତ୍ଯ ସହରେ ସତ୍ଯ ର ପୂଜାରୀ ଗାନ୍ଧୀ ଆଜି ବନ୍ଧା, 

ସତ୍ଯ ହେବ ମାଳିକା ବଚନ କାଳ ଭୈରବୀ ଛାଡିବେ ରଡି, 

ବାଇଶି ପାହାଚେ ଖେଳିବ ମିନ ଧ୍ବଂସ ହେବେ ସବୁ ଜନ, 

ହାଏ ରେ ଚଣ୍ତାଳ ଜନ, ମନରେ ଟିକିଏ ଆଶଙ୍କା ଘେନ, 

ପ୍ରାରବ୍ଧ କର୍ମରୁ ମଣିଷ ଜନମ ଶାନ୍ତି ରେ ,ମାର ନିଶ୍ବାସ, 

ପ୍ରେମର ଶାଗରେ ଭାସି ଯାଅ ଥରେ ବାଦ ହିଂସା ସବୁ ଭୁଲି, ଗାନ୍ଧୀ ଲେଉଟିବେ ରାମରାଜ୍ୟ ଗଢି ,ହସିବ ଭାରତ ଭୂଇଁ। ଆମ ପ୍ରୀୟ ସେ ଜନମ ଭୂଇଁ, ତା ପାଇଁ ଜୀବନ ଜୀଇଁ

ସାର୍ଥକ କରିବା ମଣିଷ ଜୀବନ ବିଶ୍ବ ଗୁରୁ ବୋଲାଇ।। 

     ଜୟ ହିନ୍ଦ, ବନ୍ଦେ ଉତ୍କଳ ଜନନୀ


Rate this content
Log in

Similar oriya poem from Action