STORYMIRROR

Pranabandhu Rout

Tragedy

3  

Pranabandhu Rout

Tragedy

ଦାୟୀ କିଏ

ଦାୟୀ କିଏ

1 min
141


ଛାତି ଥରି ଯାଏ କୋହ ଭରିଯାଏ

ଲୁହରେ ଭିଜୁଛି ପଣତ କାନି l


ବାପା ଖୋଜୁଅଛି ପୁଅର ଶବ

ମା ଖୋଜୁଅଛି ଛୁଆର ଶବ l


ଲୌହ ଦାନବଟା ସବୁ ସାରିଦେଲା

ଉଜୁଡିଗଲା ମୋ ସୁନା ସଂସାର l


ବାହାନଗା ଆଜି ବାହୁନି କାନ୍ଦୁଛି

ରକ୍ତର ହୋଲି କିଏ ସେ ଖେଳିଛି l


କିଏ ସେ ଦାୟୀ କିଏ ସେ ଦୋଷୀ

ମାଗିଲେ ଉତ୍ତର କିଏ ଦେଉଛି l


ସିଗନାଲ୍ ଦୋଷ ନା ଚାଳକ ଦୋଷ

କିଏ କହେ ଟ୍ରାଫିକ୍ ସିଷ୍ଟମ ଦୋଷ l


ଇଣ୍ଟର୍ ଲକ୍ ସିଷ୍ଟମ କାମ କଲା ନାହିଁ

ବଞ୍ଚି ରହିବାଟା ଆମ ଭାଗ୍ୟ ନାହିଁ l



Rate this content
Log in

Similar oriya poem from Tragedy