STORYMIRROR

Pranabandhu Rout

Abstract

3  

Pranabandhu Rout

Abstract

ପ୍ରତିଶ୍ରୁତି

ପ୍ରତିଶ୍ରୁତି

1 min
173


ମୁଁ ପାଳନ କରୁଛି ,ଆଦିମ ଜନଜାତି ମହାପର୍ବ, 

ଅମୃତ ମହୋତ୍ସବ ,ମାଟିର ଝିଅ ମୋ ମହାମହିମ, 

ଗର୍ବରେ ଛାତିମୋ ଯାଉଛି ଫାଟି,ମୁଁ ଯାଉଛି ଲୋଟି, ମାଟିରେ ଜନ୍ମିଛି ମାଟିରେ ମିଶିବି, ମୁଁ ଆଦିବାସୀ।


ନିର୍ବାଚନ ପରେ ନିର୍ବାସିତ ଆମେ,*"ନାଉଗୋଡା"* ବାସି, 

ସାତ ଆଠ ପରିବାର,ନାହିଁ ଘର ନାହିଁ ଦ୍ବାରା ,

ସବୁଆଡେ ଆନ୍ଧକାର,ଆପଣମାନେ ତ ଖୁସି ।


ପିଇବା ପାଣି ମୋ ସାତସପନ,

ବିଜୁଳି ଯେସନେ ଶରଗ ଜହ୍ନ। 

ସୌଭାଗ୍ୟ ଲାଇନ ମାଳକୁ ମାଳ

କ'ଣ କରିବା ଆମ ଫଟା କପାଳ।


ନିର୍ବାଚନ ପ୍ରତିଶୃତି ପାଣିର ଗାର

ରାସ୍ତା ବିଜୁଳି ଟିକିଏ, ନୁହେଁ କି ଆମ ଅଧିକାର, 

ଅନ୍ୟ ଏକ ନଗଡାର ନାହିଁ ବୋଲି ସ୍ବର, 

*ନାଉଗୋଡା* ନାମ ବୋଧେ ହୋଇଛି ମୋହର।


ବାଲି କିଆରି ଓ୍ବାର୍ଡ ମୋର 

ପିଙ୍ଗୁଆ ଗ୍ରାମ ପଞ୍ଚାୟତ ମୋ ଘର, 

ଢେଙ୍କାନାଳ ଜିଲ୍ଲା ବୋଲି ଢିଙ୍କି ଶାଳେ ଘର। 

ଯେତେ କଷ୍ଟ ଦେଲ କ୍ଷମା ଦେଲି !

ମା ପ୍ରକୃତିର ରାଣ, 

ଆମ ଛୁଆ ବିଜୁଳି କଣ ଦେଖିବା ପାଇଁ ଲାଇନି ଟାଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract