STORYMIRROR

Dr. Rajib Lochan Panigrahy

Classics Fantasy Inspirational

4  

Dr. Rajib Lochan Panigrahy

Classics Fantasy Inspirational

ବକୁଳ ଅମାବାସ୍ୟା

ବକୁଳ ଅମାବାସ୍ୟା

1 min
304

ବରଷକେ ବାର ମାସ

ସେଥିରେ ପଡଇ ପୁଷ

ଯାଇଛି ପନ୍ଦର ଦିନ

ଆଜି ସରିଲା ଶୀତ

ଆରମ୍ଭ ହେଲା ବସନ୍ତ ।

କୂଆ ମେଳରୁ କୋଇଲି

ହେଲାଣି ସଜବାଜ

ଖାଇବ ବୋଲି ବକୁଳ

ସଫା ହେବ ତା କଣ୍ଠ

ଗାଇବ ସେ ସଂଗୀତ ।

ଖେଳିବ ଲୁଚକାଳି

ଆମ୍ବଗଛ ଡାଳେ ବସି

ବକୁଳ ବାସନରେ

ଚହଟିବ ଜଗତ ।

ପଞ୍ଚମ ସ୍ୱରରେ ସେ

ଗାଇବ ଗୀତ

କାଉରୁ କୋଇଲି

ହୋଇ ଅଲଗା

ଖାଇବ ଗଛେ ରସାଳ ।

ଗଛରେ ଝୁଲିବ ଫଳ

ଚତୁଃର୍ଦିଗ ଦିଶିବ ଭଲ

ଆଜି ଠାରୁ ଛାଡିବ ଶୀତ

ଆସିଲା ବସନ୍ତ ।

ଶରୀର ହୋଇବ ସୁସ୍ଥ

ନା ଅତୀ ଶୀତ

ନା ଅତି ଉଷ୍ଣ

ପରିବେଶ ଲାଗେ ମନୋରମ ।

ଆଜିର ଦିନଟି ଅଟେ

ବକୁଳ ଅମାବାସ୍ୟା

ଜଗନ୍ନାଥ ସଂସ୍କୃତିରେ

ଅଟେ ଏହା ମହତ୍ତ୍ୱ

ପୂଜା ପାଆନ୍ତି ବିଜେ

ଗାଇଁଠା ଓ ପୋଡପିଠା

ସେଥିରେ ପଡେ

ଅମୃତ ସମ ଆମ୍ବ ବଉଳ ।


Rate this content
Log in

Similar oriya poem from Classics