ବୄକ୍ଷ ହିଁ ଜୀବନ
ବୄକ୍ଷ ହିଁ ଜୀବନ
ଅତୀତର ଯିଏ ସାହାରା ଥିଲା
ସିଏ ଆଜି ବେସାହାରା
ପତିକ୍ଷଣେ ସିଏ ମୃତ୍ୟୁକୁ ଦେଖୁଛି
କାଳେ ଆସିଯିବ ତା ଡାକରା ।
ହୃଦୟକୁ ସିଏ ପଥର କରିଛି
ଦେଖି ଦେଖି ତା ପାର୍ଶ୍ଵ ଅବସ୍ଥା
ତା ପାର୍ଶ୍ୱରୁ ସବୁ ହଜି ତ ଗଲେଣି
କିଏ ବା କରୁଛି ତାଙ୍କ ବ୍ୟବସ୍ଥା।
ସିଏ ବି ଦିନେ ହଜି ଯିବ ନିଶ୍ଚେ
ନାହିଁ ତାର ମନେ ତିଳେ ଭାବନା
ସବୁଜ ବନାନୀ ମରୁଭୂମି ସାଜେ
ମଣିଷ ଟା ଭୋଗେ ନର୍କ ଯନ୍ତ୍ରଣା ।
ତଥାପି ମଣିଷ ବୁଝି ପାରେ ନାହିଁ
ବୃକ୍ଷ ନ ଲଗାଇ ବୃକ୍ଷକୁ କାଟେ
ବୃକ୍ଷ ବିନା ଆଜି ଲଣ୍ଡା ପାହାଡ ଟା
ଜଳାଇ ମାରୁଛି ତା ତତଲା ବକ୍ଷେ ।
ବିଜ୍ଞାନ ବଳରେ ତୁ ବଳିୟାନ ହୋଇ
ଧରାକୁ ସରା ମଣଇ
ପରିବେଶକୁ ତୁ ବଦଳାଇ ପାରୁନା
ଦିନୁ ଦିନ କଷ୍ଟ ବଢି ଚାଲଇ ।
ଗଢି ଉଠେ ରାସ୍ତା ଘାଟ,କଳକାରଖାନା
ବୃକ୍ଷ ପଡ଼ିଯାଏ ଏଠି ବଳି
ଗ୍ରୀଷ୍ମର ପ୍ରଭାବେ ସମଶାନ ଲାଗେ
ମଣିଷ ଯାଉଛି ପୋଡ଼ିଜଳି ।
ଋତୁର ସ୍ୱରୂପ ଆଜି ବଦଳି ଗଲାଣି
କେତେକ ଗଲେଣି ହଜି
ସବୁ ଋତୁ ଆଉ ଅନୁଭୂତ ହେଉନି
ବିଶାଦେ ପ୍ରକୃତି ରାଜି ।
ହାଏରେ ମଣିଷ ପରିବେଶ ପାଇଁ ସାଜିଛୁ ବିଷ
ଆତ୍ମ ଚିନ୍ତନ ପାଇଁ ଆସିଛି ବେଳ
ଏବେଠୁ ସଜାଗ ନହେଲେ ଭବିଷ୍ୟତ ପାଇଁ
ଜାଣିବୁ ଆସିଗଲା ତୋ କାଳ ବେଳ ।